ବିଜେପିର ସାଂଗଠାନିକ ନିର୍ବାଚନ: ସୁଧୀର ବାଗ ମଣ୍ଡଳ ପ୍ରତିନିଧି ଏବଂ ହିତେଶ ପାତ୍ର କଲମପୁର ମଣ୍ଡଳ ସଭାପତି ମନୋନୀତ

ଓଡିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟିର ସାଂଗଠାନିକ ନିର୍ବାଚନ ୨୦୨୪ ଆନୁଷ୍ଠାନିକ ଭାବେ ସମାପନ ହୋଇଛି । ଏଥିରେ କଲମପୁର ମଣ୍ଡଳ ସଭାପତି ଭାବେ ହିତେଶ ରଞ୍ଜନ ପାତ୍ର ଓ କଲମପୁର ବ୍ଲକରୁ ଜିଲ୍ଲା ମଣ୍ଡଳ ପ୍ରତିନିଧି ଭାବେ ସୁଧିର ରଞ୍ଜନ ବାଗଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ପର୍ଶୁରାମ ମାଝି ଘୋଷଣା କରିଛନ୍ତି । ଶ୍ରୀ ପାତ୍ର ଓ ଶ୍ରୀ ବାଗ ଉଭୟେ ଯୁବ ବର୍ଗର ହୋଇଥିବା ବେଳେ, ବିଜେପିର ଦୃଢ ସମର୍ଥକ ରହିଥିଲେ । ଏହା ପୂର୍ବରୁ ସୁଧୀର ବାଗ ଦେପୁର ଗ୍ରାମ ପଞ୍ଚାୟତର ଶକ୍ତି କେନ୍ଦ୍ର ପ୍ରମୁଖ ପଦବୀରେ ରହିଥିବା ବେଳେ,ଉଭୟଙ୍କୁ ସାଂଗଠାନିକ ଦାୟିତ୍ୱ ତୁଲାଇବା ପାଇଁ ଆସ୍ଥା ଓ ଭରସା ବିଶ୍ଵାସ ପ୍ରକଟ କରିଥିବାରୁ ଉଭୟେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଏଥି ସହିତ ସମସ୍ତଙ୍କୁ ସାଙ୍ଗରେ ନେଇ ନିଷ୍ଠାପର ଭାବରେ ନିଜ ନିଜ ଦାୟିତ୍ୱ ତୁଲାବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଜିଲ୍ଲାବ୍ୟାପି ତାଲିକା ପ୍ରକାଶ ପାଇବା ପରେ କଲମପୁର ବିଜେପି ମହଲର କର୍ମକର୍ତା ମାନେ ଉତ୍ସାହିତ ହୋଇ ପଡିଥିବା ବେଳେ, ଶ୍ରୀ ପାତ୍ର ଓ ଶ୍ରୀ ବାଗଙ୍କ ପାଖକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କଲମପୁର ବିଜେପି ମହଳ ଯୁବ ସାଂଗଠାନିକ ନେତୃତ୍ୱ ପାଇ ଥିବାରୁ ନିଶ୍ଚୟ ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପୋଷଣ କରିଛନ୍ତି । ଅନ୍ୟପକ୍ଷେ ମଣ୍ଡଳ ପ୍ରତିନିଧି ଶ୍ରୀ ସୁଧୀର ବାଗ କଲମପୁର ଯାଦବ ସମାଜର ସାଧାରଣ ସଂପାଦକ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ, ବ୍ଲକ ଯାଦବ ସମାଜ ପକ୍ଷରୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଏବଂ ଖୁବଶିଘ୍ର ଶ୍ରୀ ବାଗଙ୍କୁ ସମାଜ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ଯାଦବ ସମାଜର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.