ଆମ୍ବ ତୋଳିବା ବେଳେ ଗଛରୁ ପଡି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ

ଓଡିଆ ବାର୍ତ୍ତା/ କନ୍ଧମାଳ(ମନୋରଂଜନ ରାୟ): ବ୍ରାହ୍ମଣୀଗାଁ ଥାନା ଅଧୀନ ଗଦାପୁର ଗ୍ରାମର ବାଉରୀବନ୍ଧୁ ପାତ୍ର (୬୦) କୌଣସି କାରଣରୁ ଆମ୍ବଗଛ ଉପରୁ ତଳେ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଖବର ନେବାରୁ ଜଣାପଡିଛି ଯେ, ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବାଉରୀବନ୍ଧୁ ପାତ୍ର ଆମ୍ବୁଲ ପ୍ରସ୍ତୁତ ପାଇଁ ଗାଁ ପାଖ ଏକ ଆମ୍ବ ଗଛରେ ଚଢି ଆମ୍ବ ତୋଳୁ ଥିଲେ। ହେଲେ କୌଣସି କାରଣରୁ ଗଛ ଉପରୁ ତଳେ ପଡି ଯାଇ ଚେତା ହରାଇ ଥିଲେ। ଏହି ଖବର ପାଈ ପରିବାର ସଦସ୍ୟ ଓ ଗ୍ରାମବାସୀ ଅଟୋ ଯୋଗେ ବ୍ରାହ୍ମଣୀଗାଁ ଡାକ୍ତରଖାନା ଚିକିତ୍ସା ପାଇଁ ପହଞ୍ଚାଇଥିଲେ। ହେଲେ ଡାକ୍ତର ବାଉରୀବନ୍ଧୁ ପାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବରରେ ଏ ଏସ ଆଇ ରମାକାନ୍ତ ସେଠି ଓ ଏ ଏସ ଆଇ ଶଙ୍କର ୱାଡ଼ାକା ଡାକ୍ତଖାନାରେ ପହଞ୍ଚି ମୃତ୍ୟୁ ସମ୍ପର୍କରେ ପରିବାର ସଦସ୍ୟଙ୍କୁ ପଚରା ଉଚାରା କରିବା ସହିତ ମୃତ ଶରୀର ଯବତକରି, ସବ ବ୍ୟବଚ୍ଛେଦ କରି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.