ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ସଦର ମହକୁମାରେ ରହିଥିବା ଏକ ମାତ୍ର ଓଭର ବ୍ରିଜକୁ ମରାମତି ନିମନ୍ତେ ଦାବି ହୋଇ ଆସୁଛି | ଏହି ବ୍ରିଜକୁ କେବେ ପିଚୁ ଢ଼ଲେଇ ତ କେବେ ଚୂନ ବୋଳା ଯାଉଥିଲା, ତଥାପି ମଧ୍ୟ ବ୍ରିଜଟି ଯେମିତିକୁ ସେମିତି ପଡ଼ି ରହିଥିବା ବେଳେ ଏହାରି ଉପର ଦେଇ ପ୍ରତ୍ୟକ ଦିନ ହଜାର ହଜାର ଯାନବାହାନ ଚଳା ଚଳ କରୁଛି | ଅନେକ ଥର ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟି ଯାଇଛି | ଭାଗ୍ୟର ଏହି ଓଭର ବ୍ରିଜ ଉପରୁ ଏକ ତେଲ ବୋଝେଇ ଟ୍ୟାଙ୍କର ସମ୍ପୂର୍ଣ ରୂପେ ତଳକୁ ଖସି ପଡ଼ିଛି |





