ସୁବର୍ଣ୍ଣପୁରରେ ନୂତନ ଏସପି ଭାବରେ ଯୋଗଦେଲେ ନାରାୟଣ ନାୟକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁରରେ ଆଜି ନୂତନ ଏସପି ଭାବରେ ନାରାୟଣ ନାୟକ ଯୋଗ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଏକ ଶାନ୍ତି ପ୍ରିୟ ଜିଲ୍ଲା l ସଧାରଣ ଲୋକଙ୍କୁ ସଠିକ ନ୍ୟାୟ ଓ ଉତ୍ତମ ପୋଲିସ ସେବା ଉପରେ ପ୍ରଥମେ ଗୁରୁତ୍ଵ ଦେବାକୁ ଶ୍ରୀ ନାୟକ କହିବା ସହ ଟ୍ରାଫିକ ସମସ୍ୟାର ସମାଧାନ ଦିଗରେ ପୁରା ପ୍ରୟାସ କରିବା ସହିତ ଛିନତାଇ, ଚୋରୀ ଡକାୟତି ଓ ନିଶା କାରବାର ତଥା ଅସାମାଜିକ କାର୍ଯ୍ଯ କଳାପକୁ ମୋଟେ ବରଦାସ୍ତ କରାଯିବନି ବୋଲି ମତ ରଖି ସେ ସବୁର ମୂଳୋତ୍ପାଟନ କରିବା ଦିଗରେ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରି କାମ କରିବୁ ବୋଲି କହି ଏଥିପାଇଁ ଜନସାଧାରଣ ଙ୍କ ସହଯୋଗ ନିହାତି ଜରୁରୀ ବୋଲି କହିଥିଲେ। ଶ୍ରୀ ନାୟକ ଏହା ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଅଫିସ, ତରଭା ଥାନାରେ ଓଆଇସି, ବଲାଙ୍ଗିର ସଦର ଥାନାରେ ଭାରପ୍ରାପ୍ତ ଥାନା ଅଧିକାରୀ, ଏସଡିପିଓ ଏବଂ ମେରାଇନ, କୋଷ୍ଟାଲ ସୁରକ୍ଷା ଦାୟିତ୍ବ ଏବଂ ସମ୍ବଲପୁର ଡିଆଇଜି ଅଫିସରେ ଖୁବ୍ ଦକ୍ଷତା ଓ ସଫଳତାର ସହ କାର୍ଯ୍ଯ କରିଛନ୍ତି। ପ୍ରକାଶ ଥାଉ କି ଯେ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ଆନ୍ଦୋଳନ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ରେ ଶ୍ରୀ ନାୟକଙ୍କ ଉଲ୍ଲେଖନୀୟ ଭୂମିକା ରହିଥିବା ବେଳେ ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା, ଗୁରୁତ୍ୱପୂର୍ଣ୍ଣ ଛକ ରେ ସିସି ଟିଭି ସ୍ଥାପନ, ବେଆଇନ ନିଶା କାରବାର ଉପରେ ନଜର ରଖିବା ଉପରେ ତାଙ୍କର ପ୍ରାଥମିକତା ରହିବ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ତାଙ୍କର ସହାୟତା କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.