A1 ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲାରେ ଚଳିତ ଶିକ୍ଷାବର୍ଷରେ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଚିନ ପାୱାର୍ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢୀ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। 

ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ପବିତ୍ର ମୋହନ ସାହୁ, ହେମସାଗର ମହାନନ୍ଦ ଓ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ଯୋଗ ଦେଇଥିଲେ।

ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢୀ A1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ। 

ଏହି ସଭାରେ ତେରଟି ବ୍ଲକରୁ ଆସିଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମୁଖିଗୁଡ଼ାର ଆଠ ଜଣ ଛାତ୍ରଛାତ୍ରୀ ଶ୍ରୀୟାଂଶୀ ସାହୁ, ଅନ୍ୱେଷ କୁମାର ଠାକୁର, ଭବାନୀ ଶଙ୍କର ନାଗ, ରାହୁଲ ବଣିଆ, ତନିଶାରାଣୀ ରଥ, ପ୍ରଗତିକା ପଟ୍ଟନାୟକ, କମଳେନ୍ଦ୍ର ନାଏକ, ଶୁବାଶିଷ ଗୋପାଳ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜୟପାଟଣାର ଅଙ୍କିତା ବେହେରା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜୁନାଗଡ଼ର ଅଂଶୁମାନ କଟା, ସ୍ମୃତିପ୍ରଜ୍ଞା ସାହୁ,

ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜପୁରର ପ୍ରଣତି ମଶ୍ରା ଓ ଜିଜ୍ଞାସୁ ଶବର, ଚିଚେଇଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ରିତିକ୍ କୁମାର ମେହେର, ପଞ୍ଚାୟତ ହାଇସ୍କୁଲ, ମେଦିନୀପୁରର ଭୂପେଶ ନାଏକ, ପୋଲିସ ହାଇସ୍କୁଲ ଭବାନୀପାଟଣାର ଝିଲି ସାହୁ, ଧବଳେଶ୍ଵର ଉଚ୍ଚ ବିଦ୍ୟାପୀଠ, ଦେପୁରର ଆୟୁଷ କୁମାର ସା ଓ ପ୍ରିୟଙ୍କା ସାହୁ ଏବଂ ଜନତା ହାଇସ୍କୁଲ, କଶ୍ରୁପଡାର ଦୁଷ୍ମନ୍ତ ରଣାଙ୍କୁ ଜିଲ୍ଲାପାଳ ଟ୍ରଫି ଓ ମାନପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।  

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସୋମନାଥ ସାହୁ, ବୀରେନ୍ଦ୍ର ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ, ଶ୍ରଦ୍ଧାଞ୍ଜଳି ଦାଶ, ନିହାରିକା ପଣ୍ଡା, ଲିପିକା ଅପରାଜିତା, ସୌମେନ୍ଦ୍ରନାଥ ପଟ୍ଟନାୟକ ତଥା ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ A1 ପାଇଥିବା ବିଦ୍ୟାର୍ଥୀଙ୍କ ପ୍ରଧାନ ଶିକ୍ଷକ ତଥା ଅଭିଭାବକ ଅଭିଭାବିକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.