୨ ବର୍ଷ ହେଲା ଆଗେଇ ପାରୁନାହିଁ ନିର୍ମାଣ କାର୍ଯ୍ୟ; ବସଷ୍ଟାଣ୍ଡ ନିର୍ମାଣ ଲାଗି ଜବରଦଖଲ ଉଛେଦ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ମହକୁମା ଠାରେ ବସଷ୍ଟାଣ୍ଡ ନିର୍ମାଣ ଲାଗି ଜମି ଚିହ୍ନଟ ହୋଇଥିଲେ ହେଁ ଜାଗା ଜବର ଦଖଲ ପାଇଁ ନିର୍ମାଣରେ ବାଧା ଉପୁଜିଥିଲା। ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଜବର ଦଖଲ ଉଛେଦ ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ଅନେକ ବିବାଦ ସୃଷ୍ଟି ହେବାରୁ ଉଚ୍ଛେଦ ପ୍ରକ୍ରିୟା ଆଗକୁ ବଢିପାରୁ ନଥିଲା। ଯାହା ଫଳରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଦିର୍ଘ ୨ ବର୍ଷରୁ ଉର୍ଦ୍ଧ୍ଵ ହେବ ଅଟକି ରହିଛି। ଏନେଇ ସ୍ଥାନୀୟ ଗ୍ରାମବାସୀ ସମେତ କୋକସରା ସଚେତନ ମଞ୍ଚ ପକ୍ଷରୁ ଜବର ଦଖଲ ଉଛେଦ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଇ ଆସୁଥିଲା। ଶେଷରେ ଗୁରୁବାରଠାରୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ଜବର ଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ମାଜିଷ୍ଟ୍ରେଟ ଦାୟିତ୍ବରେ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆଗକୁ ବଢିଛି। ଉଛେଦ ସମୟରେ ଓଏସ୍ଆରଟିସି ମ୍ୟାନେଜର ସ୍ବଦେଶ କୁମାର ପାତ୍ର, ପୋଲିସ ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର ମିତାଲି ମଧୁସ୍ମିତା ରାଉତ ରାୟ, ପୋଲିସ ହାଉସିଂ ବୋର୍ଡ ଯନ୍ତ୍ରୀ ତରୁଣ କୁମାର ଭୋଇ, ଡେପୁଟି କଲେକ୍ଟର ମନ୍ମଥ ବେହେରା, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, କୋକସରା ରାଜସ୍ବ ନିରୀକ୍ଷିକା ମମତା ସାଏ, ଓଏସ୍ଆରଟିସି ଆକାଉଣ୍ଟାଣ୍ଟ ଅଭିଜିତ ଦାସ, କୋକସରା ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘ, କୋକସରା ଥାନା ଏଏସ୍ଆଇ ମମତା ଶବର ସମେତ କୋକସରା ସଚେତନ ମଞ୍ଚର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ସୂଚନା ଯେ’ ଏହି ବସଷ୍ଟାଣ୍ଡ ନିର୍ମାଣ ପୋଲିସ ହାଇସିଂବୋର୍ଡ ଦ୍ବାରା ହେଉଥିବାବେଳେ ଏହାର ଅନୁଦାନ ୬ କୋଟି ୬୯ ଲକ୍ଷ୍ୟ, ୮୦ ହଜାର ୯୨୩ ଟଙ୍କା ମଞ୍ଜୁରୀ ହୋଇଛି। ଏହାକୁ ଠିକା ସଂସ୍ଥା ଆରବିଏସର ହାତକୁ ନେଇନଥିବା ଜଣାପଡିଛି। ଏହି ବସଷ୍ଟାଣ୍ଡ ନିର୍ମାଣ ହେଲେ କୋକସରା ବ୍ଳକର ୨୨ ଗୋଟି ପଞ୍ଚାୟତର ଲୋକେ ସୁବିଧାରେ ବସସେବା ପାଇବା ସହ ଦୂରଦୂରାନ୍ତରୁ ଯିବାରେ ସହଜ ହେବାସହ ଅଞ୍ଚଳର ଅନେକ ଲୋକ ଉପକୃତ ହେବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.