ମୁନିଗୁଡ଼ା ବ୍ଲକରେ ଛାତ୍ର ଛାତ୍ରୀଙ୍କ ଅପୂର୍ବ ସଫଳତା, ଆଗକୁ ଡାକ୍ତର ହେବା ସ୍ବପ୍ନ

ଓଡ଼ିଆ ବାର୍ତ୍ତା/ ମୁନିଗୁଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି | ଏଠାରେ ୧୨୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୧୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି | ଏଥି ମଧ୍ୟରୁ ୩୫ ଜଣ ପ୍ରଥମ ଶ୍ରେଣୀ,୬୦ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ଏ ମାନଙ୍କ ମଧ୍ୟରୁ ଛାତ୍ର ହର୍ଷ କୁମାର ଅଗ୍ରୱାଲ ୮୪ ପ୍ରତିଶତ ମାର୍କ ରଖି ମୁନିଗୁଡ଼ା ବ୍ଲକର ଟପ୍ପର ମାନ୍ୟତା ପାଇଥିବା ବେଳେ ଯୋଶଦା ବିଭାର ୮୧.୧୬ ପ୍ରତିଶତ ମାର୍କ ରଖି ମୁନିଗୁଡ଼ା ବ୍ଲକରେ ଦ୍ୱିତୀୟ ଟପ୍ପର ଭାବେ ଉଭା ହୋଇଛନ୍ତି | ଏହି ଘଟଣା ପରେ ଛାତ୍ର ଓ ଛାତ୍ରୀ ଦୁହେଁ ଆଗକୁ ଡାକ୍ତର ହୋଇ ଅଞ୍ଚଳ ବସିଙ୍କ ସେବା କରିବୁ ବୋଲି ମତ ପ୍ରକାଶ କରିଛନ୍ତି | କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଅଧକ୍ଷ ସମେତ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ସହପାଠୀ ଅଞ୍ଚଳର ଶିକ୍ଷାବିତ ଙ୍କ ତରଫରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.