ବଡ଼ମାଲ: କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ଓଡିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ବଡ଼ମାଳ ରେଲୱେ ଷ୍ଟେସନରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ। ସୂଚନା ମୁତାବକ ଗତ ୧୭ ତରିଖରୁ ଏକ କୋଇଲା ବୋଝେଇ ଟ୍ରେନ  ବଡ଼ମାଳ ରେଲୱେ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଆଜି ଶନିବାର କୌଣସି କାରଣରୁ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଛି। ଫଳରେ ୧୦ ନମ୍ୱର ବଗି ଉପରେ ଅଧିକ ପ୍ରଭାବିତ ହୋଇ ବଗିରୁ ନିଆଁ ବାହାରୁଛୁ। ଏ ନେଇ ବଡ଼ମାଳ ଷ୍ଟେସନ ମାଷ୍ଟର ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିବାରୁ ସଇଁତଳା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ତେବେ ନିଆ ଲାଗିଥିବା କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.