ପୋଇଗୁଡ଼ା ଗାଁରେ ଅଘଟଣ; ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ପୁଅ ମୃତ

ବଞ୍ଚିବାର ରାହା ଖୋଜୁଛି ମା’ ଛେଉଣ୍ଡ ନାବାଳକ ଜଗଦୀଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା’- ପୁଅଙ୍କ ମୃତ୍ୟୁ ଘଟିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଆଠ ମାସ ତଳେ ସ୍ୱାମୀ ସନ୍ତୋଷ ନାଏକକୁ ହରାଇ ଥିବା ସ୍ତ୍ରୀ ଫୁଲମତି ନାଏକ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଆଠ ବର୍ଷର ବଡ ପୁଅ ଜଗଦିଶ ନାଏକ ଓ ସାତ ମାସର ସାନ ପୁଅ ସବୀର ନାଏକ ଏହି ଦୁଇ ପୁଅଙ୍କୁ ନେଇଁ କୁଳିମଞ୍ଜୁରୀ କରି ଶିଶୁ ମାନଙ୍କୁ ପ୍ରତିପୋଷଣ କରି ଆସୁଥିଲେ। କିନ୍ତୁ ଆଜି ଘରେ ସତେ ଯେମିତି ସକାଳୁ ଯମରାଜ ଛକି ରହିଥିଲା ପରି ମା’-ପୁଅଙ୍କୁ ଯମ ଦଉଡ଼ିରେ ବାନ୍ଦି ନେଇଛି। ହେଲେ ୮ବର୍ଷର ଶିଶୁ ଜଗଦୀଶ ବାପା, ମାଁ ଛେଉଣ୍ଡ ହୋଇ ବଞ୍ଚିବାର ରାହା ଖୋଜୁଛି। ବାପାଙ୍କ ମୃତ୍ୟୁର ୮ ମାସ ନପୂରୁଣୁ ଏବେ ମାଁ ଓ ସାନ ଭାଇଙ୍କୁ ହରାଇଛି ଜଗଦୀଶ ବାପାକୁ ହରାଇଲା ପରେ ପରିବାର କହିଲେ ମାଁ ଓ ୭ମାସର ସାନ ଭାଇ ସବୀର ନାଏକ ଥିଲେ। କିନ୍ତୁ ଆଜି ସୋମବାର ସକାକେ ଅସାବଧାନତା ଯୋଗୁଁ ମା’-ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ତେବେ ଆଗରୁ ବାପାକୁ ହରାଇଥିବା ବେଳେ ଆଜି ମାଁ ଓ ଭାଇଙ୍କୁ ହରାଇ ୮ବର୍ଷିୟ ଜଗଦୀଶ ବେସାହାରା ହୋଇ ପଡ଼ିଛି। ପରିବାର କହିଲେ ବାପା, ମାଁ ଓ ସାନ ଭାଇ ଥିଲେ ହେଲେ ସମ୍ପୂର୍ଣ ଭାବେ ଆଜି ପରିବାର ହରାଇଲା ପରେ ନିଜର ବୋଲି କେଇଁ ନାହାନ୍ତି। ଏହି ଭଲି ହୃଦୟ ବିଦ୍ଧାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପୋଇଗୁଡ଼ା ଗାଁରେ। ସୂଚନାଯୋଗ୍ୟ ପୋଇଗୁଡା ଗାଁର ଫୁଲମତି ନାଏକ (୨୯)ସାନ ପୁଅ ସବୀର ନାଏକ (୭ମାସ) ଶିଶୁକୁ କାଖେଇ ନିଜ ଘର କାମ କରୁ ଥିବା ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମାଁ ପୁଅଙ୍କ ମୃତ୍ୟୁ ଘଟିଛି। ଖବର ପାଇ ବିଶ୍ୱନାଥପୁର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସନ୍ଦୀପ ଠାକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଏନେଇ ମୃତକଙ୍କ ସମ୍ପର୍କୀୟ ଲୋକେ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଜେପୁର ଥାନା ଏଏସ୍ ଆଇ ଶ୍ୟାମ କୁଲସିକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି କେସ ନମ୍ୱନ ୟୁଡ଼ି ୭/୨୫ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ଡାକ୍ତର ଖାନାକୁ ହସ୍ତାନ୍ତର କରି ଥିବା ବେଳେ ଲାଞ୍ଜିଗଡ ତହସିଲଦାର ବନମାଳୀ ମେହେରଙ୍କ ଉପସ୍ଥିରେ ଶବ ବ୍ୟବଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ହସ୍ତାନ୍ତର ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ମା’- ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଦୁଃଖ ଖବର ପାଇ ଲାଞ୍ଜିଗଡ଼ ଜୋନ-୨ଜିଲ୍ଲାପରିଷଦ ପରୀକ୍ଷିତ ନାଏକ, ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ, ଆମର ନାଏକ, ଇନ୍ଦ୍ର ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ ବାପା, ମା’ ଛେଉଣ୍ଡ ଜଗଦୀଶକୁ ସମବେଦନା ଜଣାଇଛନ୍ତି। ତେବେ ଘଟଣାକୁ ଗମ୍ଭୀରତାର ସହିତ ଗ୍ରହଣ କରି ମା’-ବାପା ଛେଉଣ୍ଡ ଜଗଦୀଶକୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.