ଗମ୍ଭାରୀମୁଣ୍ଡାରେ ଯୁଗପୁରୁଷ ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ୪୮ତମ ଶ୍ରାଦ୍ଧୋତ୍ସବ‌ ପାଳନ

ଓଡିଆ ବାର୍ତ୍ତା/ ଖୋର୍ଦ୍ଧା (ବିଶ୍ବ ବିଜୟୀ ଦାଶ): ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ପର୍ଶୁରାମ ସ୍ମୃତି କମିଟିଙ୍କ ମିଳିତ ଆନୁକୁଲ୍ୟରେ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ବିପ୍ଲବୀ ଜନନେତା, ନାଟ୍ୟକାର ତଥା ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ୪୮ତମ ଶ୍ରାଦ୍ଧୋତ୍ସବ‌ ପାଳନ ହୋଇଯାଇଅଛି।

ପ୍ରଥମେ ପତିତପାବନ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଭୁ ଶ୍ରୀ ଗଣେଶ ଓ ମା’ ସରସ୍ଵତୀଙ୍କୁ ପ୍ରଣାମ ଜଣାଇବା ସହ ପର୍ଶୁରାମ ହରିଚନ୍ଦନ ଓ ଭାଗିରଥି ମାଲୁଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ମତ୍ସ୍ୟ, ପଶୁସମ୍ପଦ କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଏହାପରେ ଅନୁଷ୍ଠିତ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ଉତ୍କଳ ସଂସ୍କୃତି ମହାବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚ଼ିବ ଡ଼କ୍ଟର ଚନ୍ଦ୍ରଶେଖର ହୋତା, ପର୍ଶୁରାମ ହରିଚନ୍ଦନ ସ୍ମୃତି କମିଟିର ସଭାପତି ଶ୍ରୀ ଗୋଲକ ବିହାରୀ ପଟ୍ଟନାୟକ, ପର୍ଶୁରାମ ହରିଚନ୍ଦନ ସ୍ମୃତି କମିଟିର ସମ୍ପାଦକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ପର୍ଶୁରାମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରେମରାଜ ପ୍ରଧାନ ପ୍ରମୁଖ ଯୋଗଦେଇ

ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ସାଂସ୍କୃତିକ ପ୍ରତିଷ୍ଠା, ସାମାଜିକ ପରିଚ଼ିତ, ରାଜନୈତିକ ପାରଦର୍ଶିତା ଏବଂ ଜନସେବାର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ତାହାରି ବିଷୟରେ ଅଭିଭାଷଣ ରଖିବା ସହ ତାଙ୍କ ଦ୍ଵାରା ରଚ଼ିତ ନାଟକଗୁଡ଼ିକ ‘ବିପ୍ଲବୀ କୃତ୍ତିବାସ’, ‘ଅଭିଶପ୍ତ ଦୁର୍ଗ’, ‘ହିନ୍ନାଙ୍ଗୀ’, ‘କପିଳେନ୍ଦ୍ରଦେବ’ ଇତ୍ୟାଦି‌ ଓଡ଼ିଶାର ସାରସ୍ଵତ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି ବୋଲି ଆଲୋକପାତ କରିଥିଲେ।

ତାଙ୍କ ରଚିତ ନାଟକ ଯୁଗଯୁଗ ଧରି ଓଡ଼ିଆ ଜାତିକୁ ପ୍ରଜ୍ବଳିତ ମଶାଲର ବହ୍ନିଶିଖା ପରି ଅଗଣିତ ଓଡ଼ିଆ ନାଟକ ପାଠକଙ୍କ ହୃଦୟରେ ଏକ ନୂତନ ଦିଶା ଦେଖାଇବାରେ ସହାୟକ ହୋଇପାରିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ପାଇକଶ୍ରେଷ୍ଠ ବିପ୍ଲବୀ ବୀର କୃତ୍ତିବାସଙ୍କୁ ବିସ୍ମୃତ ଗର୍ଭରୁ ଆଲୋକକୁ ଆଣିବା, ଓଡ଼ିଆଜାତି ପାଇଁ ପର୍ଶୁରାମ ହରିଚ଼ନ୍ଦନଙ୍କର ସର୍ବଶ୍ରେଷ୍ଠ ଅବଦାନ। ଯଦି ପର୍ଶୁରାମ ହରିଚ଼ନ୍ଦନଙ୍କ ବଳିଷ୍ଠ ଲେଖନୀରୁ ନିସୃତ ଐତିହାସିକ ଗବେଷଣା ସମ୍ବଳିତ କୃତ୍ତିବାସଙ୍କ ଜୀବନୀ ସମ୍ପର୍କୀତ ନିବନ୍ଧ ୧୯୫୦ ମସିହା ଡ଼ିସେମ୍ବର ମାସର ଝଙ୍କାର ପତିକ୍ରାରେ ପ୍ରକାଶ ପାଇନଥାନ୍ତା, ହୁଏତ ଇତିହାସର ଅତଳ ଗର୍ଭରେ ଓଡ଼ିଆ ଜାତିର ଏହି ଅନନ୍ୟ ବୀର ଙ୍କ ରକ୍ତରଞ୍ଜିତ ଇତିହାସ ଚ଼ିର ଦିନ ପାଇଁ ସମାଧି ଲଭିଥାନ୍ତା।

ଏହି କାର୍ଯ୍ୟକ୍ରମ ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ, ସ୍ବର୍ଗତ ହରିଚନ୍ଦନଙ୍କ ନାତି ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ଶ୍ରୀ ଶତସିଂହ ହରିଚ଼ନ୍ଦନ, ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ନୃସିଂହ ଚରଣ ପ୍ରଧାନ,

ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ବିଶିଷ୍ଟ ଶିକ୍ଷାବିତ ଶ୍ରୀ ବାଳମୁକୁନ୍ଦ ଦାସ, ଶ୍ରୀ ସଂଗ୍ରାମ କେଶରୀ ସାହୁ, ପର୍ଶୁରାମ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ, ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ୍ ଓ ବହୁ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.