ବିଦ୍ୟାଳୟ ପରିସରରେ ଶତାଧିକ ବାଘ ମହୁ ଫେଣା, ଭୟରେ ବିଦ୍ୟାଳୟ ଅନ୍ତେବାସୀଙ୍କ ସହ ଛାତ୍ର ଛାତ୍ରୀ

ଗଛ କାଟିବାକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଚିଠି ପରେ ବି ଗୁରୁତ୍ୱ ଦେଉନି ବନବିଭାଗ 

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛା ପଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଦିନ ହେବ ୨ଟି ବିରାଟ କାୟ ଗଛ ରହିଛି ଗୋଟିଏ ଆମ୍ବ ଗଛ ଏବଂ ଅନ୍ୟଟି ସିମୁଳି ଗଛ ରହିଥିବା ବେଳେ ଗଛରେ ଶତାଧିକ ବାଘ ମହୁ ଫେଣା ଭରି ହୋଇ ରହିଛି l ବିଭିନ୍ନ ସମୟରେ ଏହି ବିଦ୍ୟାଳୟ ରେ ମହୁ ମାଛି ଆକ୍ରମଣ ର ଛାତ୍ର ଛାତ୍ରୀ ଙ୍କ ସହ ଅନ୍ତେବାସୀ ଏବଂ ଶିକ୍ଷକ ମାନେ ଶିକାର ହୋଇଥିବା ବେଳେ ବିଦ୍ୟାଳୟ ରେ ମହୁ ମାଛି ପାଇଁ ଭୟ ଦେଖା ଦେଇଛି l ବାରମ୍ବାର ବିଦ୍ୟାଳୟ କର୍ତୃପକ୍ଷ ଗଛ କାଟିବା ପାଇଁ ବିଭାଗୀୟ ଅଧିକାରୀ ଏବଂ ବନ ବିଭାଗ କୁ ଲିଖିତ ଭାବରେ ଦେଇଥିଲେ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି ବନ ବିଭାଗ ଅଧିକାରୀ ଯାହାକୁ ନେଇଁ ଅଞ୍ଚରେ ଏବଂ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି l ବିଦ୍ୟାଳୟ ରେ ୨ ମହଲା ବିଶିଷ୍ଠ କୋଠା ରହିଛି ଏଥି ସହିତ ଛାତ୍ର ଏବଂ ଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ମଧ୍ୟ ରହିଛି l ୬ ସହରୁ ଅଧିକ ଛାତ୍ର ଛାତ୍ରୀ ଙ୍କ ସହ ବିଦ୍ୟାଳୟ ରେ ଅନ୍ତେବାସୀ ରହୁଥିବା ବେଳେ ମହୁ ମାଛି ବିଦ୍ୟାଳୟ ର ମୁଖ୍ୟ ସମସ୍ୟା ପାଲଟିଛି l ବର୍ତମାନ ବିଦ୍ୟାଳୟ ଛୁଟି ରହିଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ବିରାଟ ଆମ୍ବ ଗଛ ଓ ବିରାଟ ସିମୁଳି ଗଛ କୁ ବନ ବିଭାଗ ତରଫରୁ କାଟିବା ବ୍ୟବସ୍ଥା କଲେ ଏହି ସମସ୍ୟା ଦୁର ହେବା ସହ ଆଗାମୀ ଦିନରେ ଥିବା ମହୁ ମାଛି ଆତଙ୍କ ଦୁର ହେବ ବୋଲି ଅଭିଭାବକ ମାନେ କହିଛନ୍ତି ଅନ୍ୟପଟେ ଆଗାମୀ ଦିନରେ ମହୁ ମାଛି ପାଇଁ ନିରୀହ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ଆକଲରେ ଚାଲି ନଯିବ ବୋଲି କହି ହେବ ନାହିଁ ତେଣୁ ଏହାକୁ ଗୁରୁତ୍ୱ ଦେଇ ପ୍ରଶାସନ ଏବଂ ବନବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ପରିସରରୁ ୨ ଟି ଗଛ କାଟିବାକୁ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.