ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଟନେଲ ଭୁଶୁଡ଼ିବା ପ୍ରସଙ୍ଗକୁ ନେଇ ଗର୍ଜିଲା ସମାଜବାଦୀ ପାର୍ଟି

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଦୀର୍ଘ ଦିନର ସଂଗ୍ରାମ ପରେ କାର୍ଯ୍ୟକାରୀ ହୋଇଥିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପଥ। ରେଳ ବିଭାଗର ଅପାରଗତା, ଦୁର୍ନୀତି ଓ ନିମ୍ନ ମାନର କାମ ଯୋଗୁ ଏହାର ଏକ ଟନେଲ ଭୁଶୁଡ଼ି ଯାଇଛି ବୋଲି ରାଜ୍ୟସାରା ଚର୍ଚ୍ଚା ଚାଲିଛି। ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ ଏହି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହିତ ପଶ୍ଚିମାଞ୍ଚଳର ଲୋକଙ୍କୁ ଭାଜପା ସରକାରଙ୍କ ଏହା ଏକ ଧୋକା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଓଡିଶାରୁ ବିଜୁ ଜନତା ଦଳର ସମର୍ଥନରେ ରାଜ୍ୟସଭା ଯାଇ ରେଳ ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କ ଦାଇତ୍ୱ ସମୟରେ  ଅନେକ ରେଳ ଦୁର୍ଘଟଣା ହୋଇଛି। ତନ୍ମଧ୍ୟରୁ ବାହାନଗା ଦୁର୍ଘଟଣା ଏକ ପ୍ରମୁଖ ଘଟଣା। ତେଣୁ ରାଜନୀତି କରୁଥିବା ନେତା ମାନେ ନୈତିକତାକୁ ଭୁଲିବା ଅନୁଚିତ। ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ବିଶେଷ ସୂତ୍ରରୁ ଖବର ଅନୁଯାଇ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଠିକା ନେଇଥିବା ସଂସ୍ଥା ସହିତ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ପ୍ରତକ୍ଷ୍ୟ ସମ୍ପର୍କ ଅଛି ତେଣୁ ଠିକା ସଂସ୍ଥା ମନ୍ତ୍ରୀଙ୍କ ପ୍ରଭାବ ଯୋଗୁ ନିମ୍ନ ମାନର କାମକରି ମୁନଫା କମେଇବା ଚକ୍କରରେ ଭୁଶୁଡିଗଲା ଟନେଲ। ଉକ୍ତ ଠିକାସଂସ୍ଥା ସହିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ପୃକ୍ତିର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସମାଜବାଦୀ ପାର୍ଟି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.