ସ୍ୱଳ୍ପ ବର୍ଷାରେ ମଝିଘରିଆଣି ମନ୍ଦିର ରାସ୍ତା ବେହାଲ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନଭତ୍ରା): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ମନ୍ଦିରକୁ ଯିବାକୁ ହେଲେ ତିନୋଟି ରାସ୍ତା ଦେଇ ଯିବାକୁ ହୋଇଥାଏ । ପ୍ରଥମ ରାସ୍ତା ଅଣ୍ଡରପାସ୍ ଦେଇ ହାଲୁକା ଯାନ ବାହାନ ଏବଂ ଚାଲି ଚାଲି ମଧ୍ୟ ଯିବାକୁ ହୁଏ କିନ୍ତୁ ଏହି ରାସ୍ତାରେ ଅଳ୍ପ ବର୍ଷାରେ କୃତ୍ରିମ ପୋଖରି ସୃଷ୍ଟି ହୋଇଯାଉଛି । ବର୍ଷା ପାଣି ଜମି ରହିବା ପରେ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇ ନାହିଁ । ଏପରିକି ସ୍ୱଳ୍ପ ବର୍ଷା ହେଲା ପରେ ସେହି ପାଣି ସେଠାରେ ଜମା ହୋଇ ରହୁଛି । ଦ୍ଵିତୀୟ ରାସ୍ତା ରାଣିଗୁଡ଼ା ଦେଇ ଯାତାୟତ କରିବା ପାଇଁ ସେହି ରାସ୍ତାରେ ଅଲିଆ ଆବର୍ଜନା ସାଙ୍ଗକୁ ଚିକେନ୍ ବିକ୍ରେତା ମାନଙ୍କ କୁକୁଡ଼ା ପର ଓ ହାଡ଼ ସବୁ ଫିଙ୍ଗି ଦେଉଥିବା ଯୋଗୁଁ ଦୂର୍ଗନ୍ଧରେ ନାକ ଫାଟିଯାଏ, ରାସ୍ତା ଅପରିଷ୍କାର ହୋଇଥାଏ । ତୃତୀୟ ରାସ୍ତା ହେଉଛି ମଝିଘରିଆଣୀ ବ୍ରିଜ ଦେଇ ମନ୍ଦିର ପାଖକୁ ପହଞ୍ଚିବା ରାସ୍ତା । ଏହି ରାସ୍ତା ଦେଇ ହାଲୁକା ଓ ଭାରିଯାନ ଏବଂ ମନ୍ଦିର ଶ୍ରଦ୍ଧାଳୁ ମାନଙ୍କୁ ନେଇ ଯାତାୟତ କରୁଥିବା ନିଶୁଳ୍କ ବସ୍ ଯାତାୟତ କରିଥାଏ । ଗତକାଲି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ୍ ଏହି ରାସ୍ତାରେ ଗାଡ଼ି ଚଳାଇବାକୁ ଅସୁରକ୍ଷିତ ମଣୁଛନ୍ତି ଗାଡ଼ି ଚାଳକ । ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ହେତୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଝିଘରିଆଣୀ ମନ୍ଦିର ପକ୍ଷରୁ ଚାଲୁଥିବା ନିଶୁଳ୍କ ବସ୍ ସେବା ବନ୍ଦ ରହିଛି । ଏହି ରାସ୍ତାଟି ବର୍ଷାରେ ଖରାପ ହୋଇଥିବା ଯୋଗୁଁ ଉଠାଣି ଓ ଗୋଡାଣି ରାସ୍ତା ଦେଇ ଗାଡ଼ି ନେବା ଆଣିବାକୁ ଭୟ କରୁଛନ୍ତି ଗାଡ଼ି ଚାଳକ ମାନେ । ଅନ୍ୟପଟେ ରେଳବାଇ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ହେତୁ ମନ୍ଦିର ପ୍ରବେଶ ବାଟ ଗୁଡ଼ିକ ଖାଲଖମାରେ ଭରି ରହିବା ସହ ସ୍ୱଳ୍ପ ବର୍ଷାରେ ପାଣି ଜମି କୃତ୍ରିମ ପୋଖରୀ ଗୁଡ଼ିକ ସୃଷ୍ଟି ହେବା ସହ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମନ୍ଦିର ପରିଚାଳନା କମିଟି ଏବଂ ରେଳବାଇ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ଯାତାୟତ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଲେ ଶ୍ରଦ୍ଧାଳୁ ମାନେ ଉପକୃତ ହେବେ ବୋଲି ଦାବି ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.