ଟିକ୍ରାପଡ଼ାରେ କୃଷକ ଉତ୍ପାଦକ ସଂଘର ବ୍ଲକସ୍ତରୀୟ ତାଲିମ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାରେ ସଇଁତଲା କୃଷକ ଉତ୍ପାଦକ ସଙ୍ଘର ବୋର୍ଡ ଅଫ ଡାଇରେକ୍ଟରଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସମିତି ସଭାପତି ପର୍ଶୁରାମ ବଗର୍ତ୍ତୀଙ୍କ ଅଧ୍ୟକ୍ଷତା ତଥା ସମ୍ପାଦକ ଉଗ୍ରସେନ କୁମ୍ଭାରଙ୍କ ସଂଯୋଜନାରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଭୁବନେଶ୍ୱର ନିଗମ ସମ୍ପାଦକ ସୁରେଶ ତ୍ରିପାଠୀ, ରାଜ୍ୟ ସଂଯୋଜକ ଘନଶ୍ୟାମ ନାଏକ, ଜିଲ୍ଲା ସଂଯୋଜକ ବିଚିତ୍ରାନନ୍ଦ ସ୍ୱାଇଁ, ନବ ଦାଶ ତାଲିମ ପ୍ରଦାନ କରିଥିଲେ | ଏଥିରେ କୃଷକ ଉତ୍ପାଦକ ସଙ୍ଘ ପରିଚାଳନା ଓ ବ୍ୟବସାୟିକ ଯୋଜନା ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା | ଅଧିକରୁ ଅଧିକ କୃଷକଙ୍କୁ ସଭ୍ୟ କରାଇବା, ଅଂଶଧନ ବୃଦ୍ଧି ଦ୍ୱାରା ସଙ୍ଘ ସୁଦୃଢ ହେବା ସହ କୃଷକଙ୍କ ହିତସାଧନ ସମ୍ଭବ ହୋଇପାରିବ ବୋଲି ତାଲିମଦାତାଗଣ କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଅନ୍ତର୍ଯ୍ୟାମୀ ରାଜପଲିଆ, ଭାରତୀୟ କିଷାନ ସଙ୍ଘ ରାଜ୍ୟ ସମ୍ପାଦକ ମୋହନ ନାଏକ ମଞ୍ଚାସିନ ରହିଥିଲେ | ପ୍ରମଦା ରାଜପଲିଆ, ଅଜନ୍ତା ରାଜପଲିଆ, ଜାନକୀ ବିଶି, ଦିବ୍ୟ ଭୋଇ, ଗୌରଚନ୍ଦ୍ର ମୁଦୁଲି, ବିଦୁର କରନ, ଦୟାନିଧି ବାଗ, ସୁଦାମ ବଗର୍ତ୍ତୀ, ଘନଶ୍ୟାମ ଦେଓ, ରଥ ବୁଡ଼େକ, ଘନଶ୍ୟାମ ମୁଦୁଲି ପ୍ରମୁଖ ଚାଷୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ | ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦାମ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.