ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଟିକାବାଲି ଥାନ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲି ଟିକାବାଲି ପୋଲିସ୍। ସୂଚନା ମୁତାବକ ଟିକାବାଲି ବ୍ଲକ୍ ଅନ୍ତର୍ଗତ କଇଁଝର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡକପଦର ଗ୍ରାମରୁ ଏକ ଅଟୋ ରିକ୍ସା ଓଡି-୧୨ ସି -୧୪୦୭ ନମ୍ବର ରେ ଶଙ୍କରାଖୋଲ ଠାରୁ ଟିକାବାଲି ଦେଇ ଆସୁଥିବା ବେଳେ କୈାଣସି ସୂତ୍ରରୁ ପୋଲିସ୍ ଖବରପାଇ ଏସ୍,ଆଇ, ଅବନି ପ୍ରଧାନ ଓ ରବିନ୍ଦ୍ର ହେମ୍ବ୍ରମ, ଆଖଣ୍ଡଳମଣି ମନ୍ଦିର ସାମ୍ନାରୁ , ଅଟୋ ସମେତ ୧୦୪କେଜି ଗଞ୍ଜେଇ ସହିତ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ହେଲେ କଇଁଝର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡକପଦର ଗ୍ରାମର ଜିତେନ୍ଦ୍ର ମଲ୍ଲିକ ବର୍ଷ ( ୨୭ ) ଟିକାବାଲି ପାଣିଙ୍ଗିଆ ଗ୍ରାମକୁ ଗଞ୍ଜେଇ ନେଉଥିବା ଜଣାପଡିଛି। ଏନେଇ କେସ୍ ନମ୍ବର ୧୦୩/୨୦୨୫ ମାମଲା ରୂଜୁକରି ଗଞ୍ଜେଇ ସହିତ ଯୁବକଙ୍କୁ ବାଲିଗୁଡ଼ା କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍,ଆଇ ଅବନି ପ୍ରଧାନ।