ଧବଲେଶ୍ଵର ପୀଠ ଧରପଗଡ଼ ଠାରେ ଶୀତଳ ଷଷ୍ଠୀ ଯାତ୍ରା

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ଼ ଠାରେ ଶୀତଳଷଷ୍ଠୀ ଉତ୍ସବ ତଥା ବିବାହ ସମ୍ପନ୍ନ ହୋଇଯାଇଛି। ଧବଲେଶ୍ଵର ବାବାଙ୍କ ବିବାହ ଉତ୍ସବ ପାଇଁ କନ୍ୟା ପିତା ପ୍ରେମରାଜ ପାଣ୍ଡେ ଓ ମାତା ପଦ୍ମିନୀ ପାଣ୍ଡେଙ୍କ ଘରକୁ ପାର୍ବତୀଙ୍କୁ ନିଆଯାଇଥିଲା। ପିନ୍ଧାଣି କାର୍ଯ୍ୟ ସମାପନ ହେବାପରେ ବରାନୁଗମନ ହୋଇଥିଲା। ବର ପିତା ରାଜୁ ବିଶି ଓ ମାତା ସରୋଜିନୀ ବିଶିଙ୍କ ଘରୁ ପାରମ୍ପରିକ ବାଜା, ଦୁଲଦୁଲି, ତିଳେ ସହ ବରାଯାତ୍ରୀ ଦଳ ବାହାରିଥିଲେ।ଧରପଗଡ଼ ଗ୍ରାମ ପରିକ୍ରମା କରି କନ୍ୟା ଘରକୁ ଯାଇଥିଲେ। ଏଥିରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରାତିରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପ୍ରଭୁ ମହାଦେବ ଓ ମାତା ପାର୍ବତୀ ଶ୍ରଦ୍ଧାଳୁଙ୍କୁ ଯୁଗଳ ଦର୍ଶନ ଦେଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶୀତଳ ଷଷ୍ଠି ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ କର୍ତ୍ତା ଭାଭବରେ ବିଜୟ ବିଶି ଓ ତାଙ୍କ ଧର୍ମପତ୍ନୀ ଟିକି ବିଶି ଥିବାବେଳେ  ଯଂଜ୍ଞ ପୂଜକ ଦାମୋଦର ଯୋଶୀ, ଲୋମ୍ବୋଦର ଯୋଶୀ, ମନ୍ଦିର ପୂଜକ ରମେଶ ନୟକ, ପ୍ରଭାସ ବାବୁ କମିଟିର ସଭାପତି ଗୋପାଳ ଚନ୍ଦ୍ର ବାବୁ, ସମ୍ପାଦକ ନୀଳାଚଳ ବାଗ, କୋଷାଧ୍ୟକ୍ଷ ଶେଷଦେବ ମାଝୀ, ଦୁଃର୍ଜଧନ ଖେତୀ, ସତ୍ୟ ପଣ୍ଡା, ଡ଼ିକି କୁଅର, ଆନନ୍ଦ ଠାକୁର, ଭାଗରଥି ବେସ୍କା, ରତ୍ନାକର ଭାଟି, ମୁନୁ ସିଂ ବାବୁ, ଅମରେନ୍ଦ୍ର ଯୋଶୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.