ପୁରୁଷୋତ୍ତମପୁର ପରିବା ବ୍ୟବସ୍ୟାୟୀଙ୍କ ତରଫରୁ ପଞ୍ଚ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ଓ ୧୦୮ ଆଳତି 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ମାଆଙ୍କ ଠାକୁରାଣୀ ଯାତ୍ରା ଏହି ମାସ ଆଠ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି | ପଞ୍ଚ ଠାକୁରାଣୀ କେଉଁଦିନ କେଉଁ ୱାର୍ଡକୁ ନଗର ପରିଭ୍ରମଣରେ ଯାଉଛନ୍ତି, ଏବଂ ଲୋକମାନେ ତାଙ୍କରି ପାଦ ଧୋଇ ପୂଜାର୍ଚନା କରୁଛନ୍ତି | ତେବେ ଆଜି ମାଆ ପରିବା ବଜାରକୁ ମଧ୍ୟ ପରିଭ୍ରମଣରେ ଯାଇଥିଲା ବେଳେ ସେଠାରେ ତାଙ୍କୁ ମହିଳା ମାନେ ତାଙ୍କ ପାଦ ଧୋଇ ଶରଣ ପଶିଥିଲେ ଏବଂ ପୂଜାରୀ ପୂଜର୍ଚନା କରି ଭୋଗ ରାଗ କରି ୧୦୮ ଆଳତି କରି ଥିଲେ | ଏହି ଦୃଶ୍ୟ ଦେଖିବାକୁ ଭକ୍ତଙ୍କ ଗହଳି ଜମିଥିଲା | ତେବେ ମାଆଙ୍କ ପାଇଁ ପରିବା ବ୍ୟବସ୍ୟାୟୀ, ମାନେ ବିଭିନ୍ନ ପକ୍ଵଫଳ ସହିତ ସୁମଧୁର ଛେନା ପଣା ଓ ହାଲୁଆ ଭୋଗ କରି ଥିଲେ | ଏବଂ ଭୋଗ ଏବଂ ପଣାକୁ ସେଠୀ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ବ୍ୟବସ୍ୟାୟୀ ମାନଙ୍କୁ ବଣ୍ଟନ କରିଥିଲେ | ଏହି କାର୍ଯ୍ୟକ୍ରମକୁ ବାବୁ ପଳେଇ ଓ ବଳିଆ ଗୌଡ଼ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଥିଲା | ଏହି କାର୍ଯ୍ୟକ୍ରମ ରେ ପରିବା ବ୍ୟବସ୍ୟାୟି ସଂଘର ସଭାପତି କିଶୋର ଚନ୍ଦ୍ର ଦାଶ, ପ୍ରକାଶ ଚନ୍ଦ୍ର ସାହୁ, ନୀଳାଞ୍ଚଳ ମହାପାତ୍ର, ରବୀନ୍ଦ୍ର ମହାପାତ୍ର, ବୁଲୁ ବେହେରା, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ପୂର୍ଣ୍ଣ ଚନ୍ଦ୍ରଦାଶ, କାଳିଆ ଗୌଡ଼, ପୂର୍ଣ୍ଣିଚନ୍ଦ୍ର ମହାପାତ୍ର, ବୈକୁଣ୍ଠ ଦାଶ, ପ୍ରଦୀପ ମହାପାତ୍ର, ସ୍ୱରୂପ ତ୍ରିପାଠୀ, ବବୀନ୍ଦ୍ର ଗୌଡ଼, ଭାଗିରଥି ବେହେରା ଓ ବହୁପରିବା ମହିଳା ବ୍ୟବସାୟୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | ଏବଂ ପରିବା ବଜାର ର ସମସ୍ତ ବ୍ୟବସ୍ୟାୟୀ ମାନେ ମଧ୍ୟ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.