ନୀଳଗିରି ଠାରେ ପବିତ୍ର ଘୋଷ ଯାତ୍ରା ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ରଥଯାତ୍ରା ଉପଲକ୍ଷେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୀଳଗିରି ଉପ ଜିଲ୍ଲାପଳ ଶ୍ରୀମତୀ ଶୁଭଶ୍ରୀ ରଥ, ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବାଲେଶ୍ଵର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ଏନ.ଏ. ସି,. କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା ପ୍ରମୁଖ ଏବଂ ଉପସ୍ଥିତ ଥିଲେ। ଉପଖଣ୍ଡ/ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବୁଦ୍ଧିଜୀବୀ, ଆଇନଜୀବୀ, ସାମାଜିକ ସଂଗଠନ କର୍ମକର୍ତ୍ତା, ସେବାୟତ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ପରେ ବିଗତ ବୈଠକର ବିବରଣୀ ଅନୁଯାୟୀ ସମସ୍ତ ପ୍ରସଙ୍ଗ ଉପରେ ଅଧ୍ୟକ୍ଷ ମୟୂର ବିକାଶ ଆଲୋଚନା କରିଥିଲେ। ରଥ ନିର୍ମାଣ ପାଇଁ କାଠ ଆବଶ୍ୟକତା ଉପରେ ନିର୍ବାହୀ ଅଧିକାରୀ ଠାକୁର ମାହଲ୍ ଶ୍ରୀମତୀ ସୋନମ୍ ଦାସ ସମସ୍ତ ଆବଶ୍ୟକୀୟ କାଠ ଯୋଗାଇ ଦିଆଯାଇଛି ବୋଲି ବୈଠକରେ ପ୍ରକାଶ କରିଥିଲେ। ରଥ ଯାତ୍ରା ସମୟରେ ରଥ ଉପରେ ଅବସ୍ଥାପିତ ବ୍ୟକ୍ତି ବିଶେଷ ମାନଙ୍କ ତାଲିକା ଚୂଡ଼ାନ୍ତ, ରଥ ଉପରେ ପ୍ରବଚନ, ରଥର ଯୋଗ୍ୟତା ପ୍ରମାଣ ପତ୍ର, ଯାତ୍ରୀମାନଙ୍କ ଭିଡକୁ ଲକ୍ଷ୍ୟ କରି ଆଇନ ଶୃଙ୍ଖଳା, ଯାନବାହାନ ଚଳାଚଳ ନିୟନ୍ତ୍ରଣ, ଛିନ୍ ତାଇ, ସାଧା ପୋଷାକଧାରୀ ପୋଲିସ ବ୍ୟବସ୍ଥା, ସି. ସି . କ୍ୟାମେରା, ବଡ଼ ଦାଣ୍ଡରେ ଅତି କମରେ ୧୦୦ମିଟର ଦୂରତାରେ ପାଣି ଟାଙ୍କି ରଖିବାକୁ ଅଧ୍ୟକ୍ଷ ମୟୂର ବିକାଶ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ନିରବଚ୍ଛିନ୍ନ ପାଣି ଯୋଗାଣ, ବିଦ୍ୟୁତ୍ ସେବା, ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯାଇ ସତର୍କତା ମୂଳକ ସୂଚନା ପ୍ରଦାନ, ଅସ୍ଥାୟୀ ଚିକିତ୍ସା ସହାୟତା କେନ୍ଦ୍ରରେ ପର୍ଯ୍ୟାପ୍ତ ଓ. ଆର. ଏସ. ଗଚ୍ଛିତ ସହିତ ଆମ୍ବୁଲାନ୍ସ ସେବା, ରଥ ଯାତ୍ରା ସମୟରେ ମଦ ଦୋକାନ ବନ୍ଦ ରଖିବା ଆବଶ୍ୟକ ସ୍ଥଳେ ପୋଲିସ ସହାୟତାରେ ବେଆଇନ ଚୋରା ମଦ କାରବାର ରୋକିବାକୁ ଚଢ଼ାଉ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବଡ଼ ଦାଣ୍ଡରେ ଦେଖା ଦେଇଥିବା ବିଭିନ୍ନ ଅବ୍ୟବସ୍ଥାକୁ ଦୂର କରିବାକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ପି. ଡବ୍ଲୁ. ଡି.,ବିଦ୍ୟୁତ୍ ଏବଂ ଏନ. ଏ. ସି. ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ଗଣପର୍ବରେ ଉପଖଣ୍ଡ ସ୍ତରୀୟ ପ୍ରଦର୍ଶନୀ ବିଭିନ୍ନ ବିଭାଗଙ୍କୁ ନେ଼ଇ କରାଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଗ୍ରହଣ ହୋଇଛି ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ ହୋଇଛି। ଶେଷରେ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଉପସ୍ଥିତ ଅତିଥି ଏବଂ ସମସ୍ତ ବର୍ଗର ସଦସ୍ୟ/ସଦସ୍ୟାଙ୍କୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.