କନ୍ଧମାଳ ଜିଲ୍ଲା ଓଡ଼ିଶା ମୋଟର ଚାଳକ ସଂଘର ବୈଠକ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ଓଡିଶା ମୋଟର ଚାଳକ ସଂଘ ଜିଲ୍ଲା କମିଟି, ତଥା ଟିକାବାଲି ଶାଖା ପକ୍ଷରୁ କେନ୍ଦୁଗୁଡାରି ନର୍ସରୀ ଠାରେ ବାର୍ଷିକ ବୈଠକ ସଭାପତି ଶ୍ରୀଯୁକ୍ତ ରମାକାନ୍ତ ବିଷୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ  ଓଡ଼ିଶା ମୋଟର ଚାଳକ ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଭାକର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଚାଳକ କଲ୍ୟାଣ ପାଣ୍ଠିର ସଭାପତି ଶ୍ରୀଯୁକ୍ତ ଦେବଦତ୍ତ ଡାକୁଆ, କନ୍ଧମାଳ ଜିଲ୍ଲା ସଭାପତି ବାସୁଦେବ କହଁର, ଟିକାବାଲି ଶାଖା ସଂପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ଭୋଇ, ଉପ ସଭାପତି ଶ୍ରୀଯୁକ୍ତ ସିମାଞ୍ଚଳ ପଣ୍ଡା, ବାଲିଗୁଡ଼ା ଲଣ୍ଡା ଗାଁର ପ୍ରଫୁଲ୍ଲ କୁଂଢ଼େଇ, ବାଲିଗୁଡା ସଭାପତି ଅଭିରାମ ଦିଗାଲ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଚାଳକ ସଂଘ ପକ୍ଷରୁ ପ୍ରାଥନା କରା ଯାଇଥିଲା ଏବଂ କନ୍ଧମାଳ ଜିଲ୍ଲାର ଡ୍ରାଇଭ୍ ଭାଇଙ୍କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ତାଙ୍କ ଅମର ଆତ୍ମାର ସଦ୍ଗଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରିଯାଇଥିଲା । ବୈଠକରେ ପ୍ରଥମେ ରାଜ୍ୟ ସଭାପତି ସମସ୍ତ କନ୍ଧମାଳ ଜିଲ୍ଲା ୧୨ ଗୋଟି ବ୍ଲକ୍ ର ସଭାପତି ମାନଙ୍କୁ ଏବଂ ଡ୍ରାଇଭ୍ ବା ଚାଳକ ମାନଙ୍କର ସମସ୍ୟାର ଉପରେ ପଚାରି ବୁଝିଥିଲେ । ସମସ୍ତ ବ୍ଲକ୍ ର ସଭାପତି ମାନେ ନୀଜନୀଜ ସମସ୍ୟା ରହିଥିବା ଉପସ୍ଥାପନ କରିଥିଲେ । ରାଜ୍ୟ ସଭାପତି ସମସ୍ତଙ୍କୁ ନିଦ୍ଧେର୍ଶ ଦେଇଥିଲେ ଯେ, ଓଡ଼ିଶାରେ ୩୦ ଗୋଟି ଜିଲ୍ଲାରେ ଡ୍ରାଇଭ୍ ଭାଇମାନେ ଗାଡ଼ି ଚଳାଉଥିବା ବେଳେ ଯେକୌଣସି ସ୍ଥାନରେ ଅସୁବିଧା ହେଉଥିଲେ ପାଖରେ ଥିବା ଶାଖ ତରଫରୁ ତୁରନ୍ତ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଓଡ଼ିଶା ମୋଟର ଚାଳକ ସଂଘ, ରାଜ୍ୟ ସରକାରଙ୍କ ସିକ୍ରୁତ ପ୍ରାପ୍ତ ନଭେମ୍ବର ୨୦୧୫ ମସିହାରେ ରେଜିଷ୍ଟ୍ରେସନ ହୋଇଛି । ତେଣୁ ସରକାର ଙ୍କ ନିୟମ ଅନୁସାରେ ବିଭିନ୍ନ ଜିଲ୍ଲାରେ ଗାଡ଼ି ଚଳାଉଥିବା ବେଳେ ଯାତ୍ରୀ ମାନଙ୍କୁ ଉତ୍ତମ ବ୍ୟବହାର କରିବା, ଟ୍ରାଫିକ ନିୟମ ମାନି ଗାଡି ଚଲାଇବେ, କୈାଣସି ଡ୍ରାଇଭ୍ ମଦ୍ୟପାନ ନ କରି ଗାଡ଼ି ଚଲାଇବା, ଡ୍ରାଇଭ୍ ଭାଇ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିଲେ ରାଜ୍ୟ ସଭାପତି ପ୍ରଭାକର ମଲ୍ଲିକ। ଜିଲ୍ଲା ସଭାପତି ଡ୍ରାଇଭ୍ ମଗନଙ୍କୁ ପରାମର୍ଶ ଦେଇଥିଲେ ଯେ ଜିଲ୍ଲାରେ ଯେ କୈାଣସି ଗରିବ, ଖଟିଖିଆ, ଦିନ ମଜୁରିଆ, ଦୃଷ୍ଟି ହିନ, ଭିନ୍ନକ୍ଷମ, ଏଭଳି ନିରିହ ଲୋକଙ୍କୁ ରକ୍ତଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ବୈଠକରେ ଉପସ୍ଥିତ ଥିଲେ କନ୍ଧମାଳ ଜିଲ୍ଲାର ମୋଟର ଚାଳକ ସଂଘର ୧୨ ଗୋଟି ବ୍ଲକ୍ ସଭାପତି, ସଂପାଦକ, ଏବଂ ସମସ୍ତ ଡ୍ରାଇଭ୍ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.