ବିକଶିତ ଗାଁ – ବିକଶିତ ଓଡ଼ିଶା ଅନୁଦାନକୁ ନେଇ ଟଣାଓଟରା ପ୍ରସଙ୍ଗ: ବିଜେପି ପକ୍ଷରୁ ଗୋପୀନାଥପୁର ଠାରେ ସାମ୍ବାଦିକ ସମ୍ମିଳନୀ

ଆମେ କାମ ବାଣ୍ଟୁନୁ କି କାହାକୁ ବିରୋଧ କରୁନୁ, ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଉଛୁ -ବିଜେପି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଦଳର ନେତା ଓ କର୍ମୀମାନଙ୍କ ଦାୟିତ୍ୱ ବଢିଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛୁ। ବିଗତ ଦିନରେ ବିଜେଡି ଦଳ ଓ ସେମାନଙ୍କ ଦଳର କର୍ମୀମାନେ ନିଜ ଇଚ୍ଛାନୁସାରେ କାମ କରୁଥିଲେ। ଆମେ କିନ୍ତୁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ, ରାଜ୍ୟ ଦେଶର ତୃଣମୂଳ ସ୍ତରର ବିକାଶ ପାଇଁ ଆମେ କାମ କରୁଛୁ। ଆମର କାହା ସହିତ ବିରୋଧ ନାହିଁକି କି ଆମେ ରାଜନୀତି କରୁନୁ। ଆମେ କାମ ବାଣ୍ଟୁନୁ କି କାହାକୁ ବିରୋଧ କରୁନୁ। ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ହେଉଛନ୍ତି ନିର୍ବାଚିତ ପ୍ରତିନିଧି, ସେମାନେ କୌଣସି ଦଳର ନୁହଁନ୍ତି, ସରକାରଙ୍କ ଯୋଜନାଗୁଡିକୁ ଲାଗୁ କରିବାକୁ ସେମାନେ ମଧ୍ୟ ଉତ୍ତରଦାୟୀ। ଏଣୁ ସମସ୍ତେ ମିଳିମିଶି ସରକାରଙ୍କ ବିକାଶ ପ୍ରକ୍ରିୟାକୁ ଆଗେଇ ନେବାରେ ସହଯୋଗ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଶାସକ ବିଜେପି ଦଳର କର୍ମକର୍ତ୍ତା। କିଛିଦିନ ତଳେ ଶାସକ ବିଜେପି କର୍ମୀଙ୍କ ବିରୋଧରେ ବ୍ଲକର ସରପଞ୍ଚ, ସମିତି ସଭ୍ୟ, ସଭ୍ୟାମାନେ ବିଷୋଦଗାର କରିବା ସହିତ ବିଡିଓ ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ। ଏହାର ଜବାବ ଦେବାକୁ ଯାଇ ଚମ୍ପାଦେଇପୁର ପଞ୍ଚାୟତ ଗୋପୀନାଥପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି ଲାଞ୍ଜିଗଡ ବ୍ଲକ ବିଜେପି କର୍ମକର୍ତ୍ତା। ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, କୃଷକ ମୋର୍ଚ୍ଚା ସଭାପତି କନ୍ଦର୍ପ ନାଏକ, ବିଜେପି ନେତା ଅନନ୍ତ ରାମ ପ୍ରଧାନୀ, ଦେବ ପଟେଲ, ମିଲନ କୁମାର ମହାପାତ୍ର, ଗୌତମ ନାଗ, ରାମଚନ୍ଦ୍ର ମୁଣ୍ଡଛିନା, ଅମରେଶ ବୁଦ୍ଧିଆ, ଭଗବାନ ରାଉତ, ପ୍ରମୋଦ ବିଭାର ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.