ବୁଡ଼ାବାହାଲ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଅଭିଯୋଗର ଦସ୍ତଖତ ଯାଞ୍ଚ

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତି): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ବୁଢାବାହାଲ ପଞ୍ଚାୟତରେ ସରପଞ୍ଚ ଲତା କୁମ୍ଭାର ମନ ମନମାନି, ଉନ୍ନୟନ କାମରେ ବାଧା ସୃଷ୍ଟି, ବିଭିନ୍ନ ସଭା ସମିତିରେ ୱାର୍ଡ଼ ସଭ୍ୟମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପଞ୍ଚାୟତର ୯ ଜଣ ୱାର୍ଡ଼ ସଭ୍ୟ/ସଭ୍ୟା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଗତ ୨୮ ତାରିଖରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆଜି ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା ଓ୍ବାର୍ଡ ସଭ୍ୟ ମାନଙ୍କ ଦସ୍ତଖତ ଯାଞ୍ଚ କରିବାକୁ ବୁଢାବାହାଲ ପଞ୍ଚାୟତକୁ ଯାଇଥିଲେ। ଏପଟେ ଓ୍ବାର୍ଡ ସଭ୍ୟମାନେ ପଞ୍ଚାୟତ ଅଫିସରେ ନକରି ବ୍ଲକ ଅଫିସରେ ଯାଞ୍ଚ କରିବାକୁ ଅଡି ବସିଥିଲେ। ଏହାପରେ ସେହି ୱାର୍ଡ ସଭ୍ୟ ମାନେ ବ୍ଲକ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ଥିବା ବେଳେ ବିଡ଼ିଓଙ୍କ ଉପସ୍ଥିତିରେ ସେମାନଙ୍କ ଦସ୍ତଖତ ଯାଞ୍ଚ କରାଯାଇଥିଲା। ଏଥିରେ ବୁଢାବାହାଲ ପଞ୍ଚାୟତର ନାଏବ ସରପଞ୍ଚ ବିଜୟ ସେଲମାଙ୍କ ସହ ୱାର୍ଡ଼ସଭ୍ୟ ତୁଳସୀ ସାହୁ, ବିଶ୍ଵମ୍ବର ମହାଡ଼ିକ, ପ୍ରକାଶ ସାହୁ, ମୋହନୀ ସାହୁ, ବନୀତା ଗହୀର, ମୋହନ ସୁନା, ସମାରୀ ଗହୀର, କାହ୍ନୁ ଚରଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.