ଭୁବେନେଶ୍ବରରେ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ବୈଠକ

କଳାହାଣ୍ଡିରୁ ପ୍ରତିନିଧିତ୍ଵ କଲେ ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର

ଓଡିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୁବନେଶ୍ୱର ସ୍ଥିତ ହୋଟେଲ କେଶରୀ ଠାରେ ଓଡିଶାର “ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡ” ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଥୂଲା ।  ଏହି ବୈଠକରେ ଓଡ଼ିଶାର ସବୁ ଜିଲ୍ଲାର ଶତାଧିକ ତୃତୀୟଲିଙ୍ଗୀ ମାନେ ଉପସ୍ଥିତ ଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲା ତରଫରୁ ସେବାକାରୀ କିନ୍ନର ସଂଘ ସଭାପତି କାମିନୀ କିନ୍ନର ଯୋଗଦାନ କରି ମଞ୍ଚାସୀନ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଦେଶର ୧୯ ଗୋଟି ରାଜ୍ୟରେ “ତୃତୀୟ ଲିଙ୍ଗି କଲ୍ୟାଣ ବୋର୍ଡ” ଗଠିତ ହୋଇ ସାରିଥିବା ବେଳେ ଓଡ଼ିଶା ସରକାର ତରଫରୁ, ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ “ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡ” ଗଠନ ପାଇଁ ନିଷ୍ପତ୍ତି ହୋଇଛି। ଏହି ବୋର୍ଡରେ ତୃତୀୟ ଲିଙ୍ଗି ମାନଙ୍କର କଲ୍ୟାଣ, ଉନ୍ନତି ମୂଳକ ପଦକ୍ଷେପ, ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ, କର୍ମନିଯୁକ୍ତି, ସ୍ବାସ୍ଥ୍ୟ, ଶିକ୍ଷା, ମୌଳିକ ଅଧୂକାର, ସଚେତନତା ଆଦି ବହୁ ବିଷୟକୁ ନେଇ ଆଲୋଚନା ହୋଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.