ଯୋଗ୍ୟ ବିବେଚିତ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାରୀ କରିବାକୁ ମୂଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ବିଗତ ୧୯୯୨ ମସିହାରୁ ରାଜ୍ୟର ଯୋଗ୍ୟ ବିବେଚିତ ବହୁ ପୁରାତନ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଙ୍କୁ ସଂଗଠନ ଦାବିପତ୍ର ପ୍ରଦାନ କରିଛି l ରାଜ୍ୟରେ ନାରୀ ଶିକ୍ଷାର ଉନ୍ନତି ଓ ନାରୀ ଶଶକ୍ତି କରଣର କଥା କହୁଥିବା ସରକାର ପାଇଁ ଏହା ଏକ ଆହ୍ୱାନ ବୋଲି କହିଛି ସଂଗଠନ । ନାରୀ ଶିକ୍ଷାର ବିକାଶ ପାଇଁ ୧୯୮୭ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିଲା ୧୧୦ ବାଳିକା ବିଦ୍ୟାଳୟ l ଯେଉଁ ବିଦ୍ୟାଳୟ ଗୁଡିକ କି ୧୯୯୨ ମସିହାରୁ ପୂର୍ଣ୍ଣ ଅନୁଦାନ ପାଇବା ପାଇଁ ଯୋଗ୍ୟ କିନ୍ତୁ ସେମାନେ ଆଜି ପର୍ଯ୍ୟନ୍ତ ଅବହେଳିତ ରହିଛନ୍ତି l ଏ ସମସ୍ତ ବିଦ୍ୟାଳୟର ଶିକ୍ଷକ ଜୁନିଅର ଟିଚର୍ ଠାରୁ ମଧ୍ୟ କମ ବେତନ ପାଉଛନ୍ତି। ଆହୁରି ଦୁଃଖ ଓ ପରିତାପର ବିଷୟ ଏହି କର୍ମଚାରୀ ମାନେ ୩୩ ବର୍ଷ କାଳ କାର୍ଯ୍ୟ କରି ଅବସର ନେଲାପରେ ଟଙ୍କାଟିଏ ମଧ୍ୟ ପାଉଣା ପାଉନାହାନ୍ତି l ଯାହା ଫଳରେ କି ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଏ ମାନେ ପ୍ରତାରଣାର ଶିକାର ହେଉଛନ୍ତି । ସେଥିପାଇଁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଗତ ୭ ତାରିଖ ସୁବର୍ଣପୁର ଗସ୍ତ ସମୟରେ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟର ଆବାହକ କେଶବ ପୂଜାହାରୀ, ସୁନିଲ କୁମାର ହୋତା ଓ ସଂଗଠନର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତି ରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି । ଏବଂ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ସରକାରୀ ରୁ ବଞ୍ଚିତ ହୋଇଥିବା ୮୦ ବାଳିକା ବିଦ୍ୟାଳୟ କୁ ତୁରନ୍ତ ସରକାରୀ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ସରକାରଙ୍କ ପାଖରେ ଦାଵୀ ଉପସ୍ଥାପନ କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.