ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଆମପାଲି ପଞ୍ଚାୟତ ଅନ୍ତର୍ଗତ ଭେରୁଆଭଟା ଗାଁ ରାସ୍ତା କାଦୁଅରେ ବେହାଲ ହୋଇଯାଇଛି। ଭୋଇ ପଡା ମୂଖ୍ୟ ରାସ୍ତାରେ ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଗ୍ରୀଷ୍ମ ଋତୁରେ ସାମାନ୍ୟ ବର୍ଷାରେ ରାସ୍ତାର ସ୍ଥିତି ଶୋଚନୀୟ ହୋଇପଡ଼ିଛି। କାଦୁଆରେ ଲୋକେ ଯିବା ଆସିବା କରୁଛନ୍ତି। ରାସ୍ତା ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗ୍ରୀଷ୍ମର କାଳବୈଶାଖୀ ଜନୀତ ଅଚାନକ ବର୍ଷାରେ ଯଦି କାଦୁଅ ପାଣିରେ ରାସ୍ତା ଭର୍ତ୍ତି ହେଉଛି ତେବେ ବର୍ଷା ମାସରେ ରାସ୍ତାର ଅବସ୍ଥା କ’ଣ ହେବ? ଏହି ରାସ୍ତା ନିର୍ମାଣ ଦାବୀ ନେଇ ଆଜି ଗ୍ରାମବାସୀମାନେ ବିଡ଼ିଓଙ୍କୁ ଅଭିଯୋଗ କରିଥିବା ଜଣାପଡିଛି।