ପ୍ରଦୀପ ବହିଦାର ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍: ଜଗନ୍ନାଥପୁର ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଳକ ଛତ୍ରପୁର ପଞ୍ଚାୟତ ମୋହନଗୁଡା ଖେଳ ପଡିଆ ଠାରେ ପ୍ରଦୀପ ବହିଦାର ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସୁପୁତ୍ର ଭୈରବ ବହିଦାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରଦୀପ କୁମାର ବହିଦାର ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ଉଦଯାପନି ଫାଇନାଲ ମ୍ୟାଚ୍ ରଘୁନାଥ ପୁର ଓ ଜଗନ୍ନାଥପୁର ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ରଘୁନାଥପୁର ପ୍ରଥମେ ବ୍ୟାଟିଂ କରି ୧୫ ଓଭର ୮ ଉଇକେଟ ବିନିମୟରେ ୧୧୪ ରନ୍ ସଂଗ୍ରହ କରି ଥିବାବେଳେ ଜବାବରେ ଜଗନ୍ନାଥପୁର ଦଳ ୧୨ ଓଭର ୭ ଉଇକେଟ ବିନିମୟରେ ୧୧୫ ରନ୍ କରି ବିଜୟଲାଭ କରିଥିଲେ।ଆଜିର ମ୍ୟାଚରେ ଜିତୁ ନାଏକ ଓ ପ୍ରଫୁଲ୍ଲ ମାଝୀ ଖେଳ ପରିଚାଳନା କରିଥିବାବେଳେ ରାଜେଶ ବିଭାର ଧାରାବିବରଣୀ ଓ ସ୍କୋର ବୋର୍ଡରେ ଟଙ୍କ ରାଉତ ସହଯୋଗ କରିଥିଲେ।ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଶ୍ରୀକାନ୍ତ ବହିଦାର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବିଦ୍ୟୁତ ଜ୍ୟୋତି ବହିଦାର, ସତ୍ୟନାରାୟଣ ନାଏକ, ଶିବରାମ ଦଳପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୨୮ଟି ଦଳ ଅଂଶ ଗ୍ରହଣ କରି ଥିବା ବେଳେ ଗତ ମେ ୨୭ ତାରିଖରେ ଆରମ୍ଭ ହୋଇ ଆଜି ଏହାର ଫାଇନାଲ ମ୍ୟାଚ ଖେଳାଯାଇଥିଲା।ଉଇନର ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନର ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାକୁ ମସ୍କାପଦର କ୍ରିକେଟ କମିଟି ପରିଚାଳନା କରିଥିବାବେଳେ ଏଥିରେ ମାଧବ ମାଝୀ, ଗୌରାଙ୍ଗ ମାଝୀ, ନବୀନ ମାଝୀ, ପଙ୍କଜ ହରିଜନ ସମେତ କ୍ରିକେଟ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.