ମିଶନଶକ୍ତି ଭବନ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି ( ନିଲେଶ କୁମାର ନାଗ): ମିଶନ ଶକ୍ତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ସ୍ଥିତ ମିଶନ ଶକ୍ତି ଭବନ ଠାରେ ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ୧୩ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ରହି କାକରା ପିଠା ମଣ୍ଡା ପିଠା,ପିଆଜି,ପୁରୀ,ଗହମ ବରା,ଇଟଲି, ହାଲୁଆ,କରଡି ପିଆଜି,କୋଶଲା ଖିରି ମେଥିପୁରୀ,ପଦମପୁରୀ,ରୁଖା ପିଠା ସହିତ ଅନେକ ମାଣ୍ଡିଆରେ ତିଆରି ପାରମ୍ପାରିକ ଖାଦ୍ୟ ତିଆରି କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସିଡିପିଓ ବିଜୟ ଶ୍ରୀ ସିଂ ଦେଓ, ବିପିସି ସତ୍ୟବାନ ସାହୁ ପ୍ରମୁଖ ଯୋଗଦେଇଥିଲେ।ପରେ ସମସ୍ତ ଖାଦ୍ୟର ପ୍ରସ୍ତୁତି ପରେ ଅତିଥି ମାନଙ୍କ ଦ୍ଵାରା ଖାଦ୍ୟର ସ୍ବାଦ ପରୀକ୍ଷା କରି ମୂଲ୍ୟାଙ୍କନ କରାଯାଇ ପ୍ରଥମ ଓ ଦ୍ବୀତୀୟ ସ୍ଥାନ ଚୟନ କରିଥିଲେ। ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଯାଇଥିଲା।ଉକ୍ତ ପ୍ରତିଯୋଗିତାରେ ବିଶ୍ଵନାଥପୁର ପଞ୍ଚାୟତର ମାଁ ଠାକୁରାଣୀ ସ୍ବୟଂ ଗୋଷ୍ଠୀ ପ୍ରଥମ ଓ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଜୟ ବଜରଙ୍ଗ ବଲୀ ସ୍ବୟଂ ଗୋଷ୍ଠୀ ଦିତୀୟ ସ୍ଥାନ ଅଧିକାରୀ କରି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଯୋଗଦେବେ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.