ଭୈରବୀ ନାଟ୍ୟକଳା ସଂଘର କଳାକାର ଚୟନ ଓ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପବିତ୍ର ରଜ ସଂକ୍ରାନ୍ତି ଅବସରରେ ବଲବସପୁର ଗ୍ରାମରେ ପୁନର୍ଗଠିତ ଭୈରବୀ ନାଟ୍ୟକଳା ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗ୍ରାମର ପୁରୁଣା ତଥା ବରିଷ୍ଠ କଳାକାର ସର୍ବଶ୍ରୀ ଗଜବନ୍ଧ ଭୋଇ, ପଦ୍ମନାଭ ଗୌଡ଼, ଚୁମନ ଦୀପ, ଶୁକଦେବ ପଧାନ ଲକ୍ଷ୍ମଣ ସେଠୀ, ରଞ୍ଜନ ତ୍ରିପାଠୀ, ଦାମୋଦର ସେଠ, ଧର୍ମେନ୍ଦ୍ର ପୋଢ଼ଙ୍କୁ ନେଇ ଗଠିତ କମିଟି ଗ୍ରାମର ଉଭୟ ଅଭିଜ୍ଞ ଓ ନୂତନ କଳାକାର ମାନଙ୍କୁ ଅଭିନୟ ପାଇଁ ଚୟନ କରିଥିଲେ।

ଦିବଂଗତ ଶିକ୍ଷକ ପର୍ଶୁରାମ ତ୍ରିପାଠୀଙ୍କ ରଚିତ ଓ ନିର୍ଦ୍ଦେଶିତ ତଥା ସଂଗୀତଜ୍ଞ ଶୁକଦେବ ପଧାନଙ୍କ ସଂଗୀତ ନିର୍ଦ୍ଦେଶନାରେ କାଳ୍ପନିକ ନାଟକ ‘ପ୍ରତିଶୋଧ’ ଦୀର୍ଘ ୪୦ ବର୍ଷତଳେ ଅନୁଷ୍ଠାନ ଦ୍ୱାରା ପ୍ରଦର୍ଶିତ ହୋଇ ଅଭୁତପୂର୍ବ ସଫଳତା ଲାଭ କରିଥିଲା।

ସେହି ପୂର୍ବପୀଢ଼ିଙ୍କ ସମ୍ମାନାର୍ଥେ ପୁଣିଥରେ ସେହି ନାଟକ ପ୍ରଯୋଜନା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ନାଟ୍ୟ ପ୍ରସ୍ତୁତି ଓ ପରିଚାଳନା ପାଇଁ ପ୍ରଦୀପ ପ୍ରଧାନ, ହେମନ୍ତ ସାହୁ, କୈଳାସ ପ୍ରଧାନ, କପିଳାସ ସା, ମକୁନ୍ଦ ଭୋଇ, ଭବାନୀ ବାରିକ, ସନ୍ତୋଷ ସାହୁ, ପ୍ରକାଶ ଦୀପ, ସ୍ୱାଧୀନ ଭୋଇ, ସାମନ୍ତ ପ୍ରଧାନ, କୈଳାଶ ସା, ତପନ ବିଶ୍ୱାଳ, ମୀନକେତନ ତାଣ୍ଡି ପଟେଥ ଭୋଇ ପ୍ରମୁଖ ଥିବାବେଳେ ଆଖଡ଼ା ପରିଚାଳନା ଓ ନାଟ୍ୟାଭ୍ୟାସ ପାଇଁ ବରିଷ୍ଠ କଳାକାର ଲକ୍ଷ୍ମଣ ସେଠୀ, ବସନ୍ତ ପ୍ରଧାନ, ରଘୁନାଥ ଗୌଡ଼ ଓ ଦାମୋଦର ସେଠ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ରଘୁନାଥ ଗୌଡ଼ ବହିପୂଜା କଲାପରେ କଳାକାରମାନଙ୍କୁ ପାର୍ଟ ଖାତା ବଣ୍ଟନ ହୋଇଥିଲା। ବିଭିନ୍ନ ଭୂମିକାରେ ଅଭିନୟ ପାଇଁ ମନୋଜ, ରଞ୍ଜନ, ଦିଲ୍ଲୀପ, ଅକ୍ଷୟ, ସୁଶାନ୍ତ, ସୁମନ୍ତ, ନଦୀ, ମୁନୁ, ଭୂପେନ, ଗୋବିନ୍ଦ, ବିମଲ, ବନିଚନ ଆଦି କଳାକାର ମନୋନୀତ ହୋଇଛନ୍ତି।

ପ୍ରକାଶ ଥାଉକି ଏହିଗ୍ରାମର ଅତୀତ ଗୌରବର ପ୍ରତୀକ ଏହି ଅନୁଷ୍ଠାନ ଦୀର୍ଘ ବର୍ଷଧରି ନିଷ୍କ୍ରିୟ ଅବସ୍ଥାରେ ଥିବାବେଳେ ବର୍ତ୍ତମାନର ଯୁବପିଢୀଙ୍କ ଉଦ୍ୟମରେ ଏହାର ପୁନର୍ଗଠନ ଫଳରେ ଅଞ୍ଚଳର କଳାକାର ଓ କଲାପ୍ରେମୀ ମହଲରେ ଉତ୍ସାହ ଦେଖାଦେଇଛି।

ସାମ୍ପ୍ରତିକ ସ୍ଥିତିରେ ଗ୍ରାମାଞ୍ଚଳରେ ନାଟ୍ୟସଂସ୍କୃତି ଲୁପ୍ତ ପାଇଯାଉଥିବା ପରିପ୍ରେକ୍ଷୀରେ ଅନୁଷ୍ଠାନର ଏ ପଦକ୍ଷେପ ସହାୟକ ହେବାସହ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇ ଏହି ପରମ୍ପରାକୁ ଆଗେଇ ନେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କଠାରୁ ପ୍ରକାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.