ବିଷାକ୍ତ ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର ( ପଦ୍ମନ ଭତ୍ରା ) : ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ପଞ୍ଚାୟତ ଏକ ନମ୍ବର ୱାର୍ଡ ବଡ଼ଦ୍ୱାର ସାହି ସ୍ୱର୍ଗତ ସୁରେନ୍ଦ୍ର କୌଶଲ୍ୟା ଙ୍କ ପୁତ୍ର ନିତିକ କୌଶଲ୍ୟା ଙ୍କ ମୃତ୍ୟୁ ଖବର କୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି | ସୂଚନା ମୁତାବକ ଗତ କାଲି ରାତିରେ ନିତିକ ଖାଇସାରି ନିଜଘରେ ଶୋଇଥିଲା | ଏତିକି ବେଳେ ହଠାତ ବିଷଧର ସର୍ପ ଟି ନିତିକକୁ ଧ୍ୱଂସନ କରିବା ଫଳରେ ଚମକି ଉଠି ଘର ଲୋକଙ୍କୁ କହିଥିଲା | ଘରଲୋକେ ଓ ସାହି ପୋଡ଼ସୀ ସାଙ୍ଗେ ସାଙ୍ଗେ ନିତିକକୁ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସହ ସର୍ପକୁ ଖୋଜା ଖୋଜି କରିଥିଲେ କିନ୍ତୁ ସର୍ପ ଟି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା | କାର୍ଯ୍ୟରତ ଡାକ୍ତର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିତିକ ର ଅବସ୍ଥା ଗୁରୁତର ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଦେଇଥିଲେ | ସେଠାରେ ଚିକିତ୍ସା ସମୟରେ ଡାକ୍ତର ନିତିକ କୁ ମୃତ୍ୟୁ ଘୋଷଣା କରିଥିବାରୁ ମୃତ୍ୟୁ ଶରୀର କୁ ବ୍ୟବଛେଦ କରି ନିଜ ଗାଁ କୁ ଆଣି ଶବ ସତ୍କାର କରାଯାଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.