ଓଡିଶା କର୍ମଜିବୀ ସାମ୍ୱାଦିକ ସଂଘ ରାୟଗଡ଼ା ଶାଖାର ଜିଲ୍ଲା ସ୍ତରୀୟ ପ୍ରଥମ ସମ୍ମିଳନୀ

ଓଡିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ହୋଟେଲ ରାଜ ଭବନ ଠାରେ ଭାରତୀୟ ସାମ୍ବାଦିକ ସଂଘ (ଆଇ.ଜେ.ୟୁ) ସହ ଅନୁବନ୍ଧିତ ଓଡିଶା କର୍ମଜୀବୀ ସାମ୍ୱାଦିକ ସଙ୍ଘ (ଓ.ୟୁ.ଡବ୍ଲ୍ୟୁ.ଜେ) ରାୟଗଡା ଶାଖାର ଜିଲ୍ଲା ସ୍ତରୀୟ ପ୍ରଥମ ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାୟଗଡା ନିହାର ରଞ୍ଜନ କଅଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଉତ୍କଳ ଆଲୁମିନା କମ୍ପାନୀ ଟିକିରିର ଲୋକ ସମ୍ପର୍କ ଅଧିକାରୀ ଅମଜାଦ ଅଲି, ପି.ଆର.ଏମ.ସି.ଏସ.ଆର, ଜେ.କେ.ପେପର ମିଲର ହରିହର ଖମାରୀ, ମୁଖ୍ୟ ବକ୍ତା ଭାବେ ଓ.ୟୁ.ଡବ୍ଲ୍ୟୁ.ଜେ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ବାଳ, ବକ୍ତା ରାଜ୍ୟ ସମ୍ପାଦକ ନାରାୟଣ ଚନ୍ଦ୍ର ମିଶ୍ର, ଅନ୍ୟତମ ବକ୍ତା ରାଜ୍ୟ ନିର୍ବାଚନ ଅଧିକାରୀ ଡ଼. ତ୍ରିଲୋଚନ ଖୁଣ୍ଟିଆ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଗହଣରେ ମୁଖ୍ୟ ଅତିଥି ଶ୍ରୀ କଅଁର ଜଗନ୍ନାଥଙ୍କ ପ୍ରତି ଛବିରେ ପୁଷ୍ପମାଲ୍ୟ ଧୂପଦୀପ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ସମସ୍ୟା ଓ ବୀମା ସମ୍ପର୍କରେ ତ୍ୱରାନ୍ୱିତ କରିବା ପାଇଁ ମଞ୍ଚାସିନ ଅତିଥି ମାନେ ଆଲୋଚନା କରିବା ସହ ମାର୍ଗ ଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା । ଜିଲ୍ଲା ସଭାପତି ଖଗେଶ୍ୱର ସିଂ, ଉପସଭାପତି ପ୍ରସାଦ ଲିମା, ଜୟ ଶଙ୍କର, ରବୀନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ସୁପ୍ରିୟା ଷଢଙ୍ଗୀ, ସମ୍ପାଦକ ଚିତ୍ତରଞ୍ଜନ ନାୟକ, ସଂଗଠକ ସମ୍ପାଦକ ନରୋତ୍ତମ ପାଢ଼ୀ ଓ ସତ୍ୟ ନାରାୟଣ ସାହୁ, କୋଷାଧକ୍ଷ ଦିଲୀପ ପଡ଼ିହାରୀ, ରାୟଗଡା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅମୀୟ ଦାସ, ଗୁଣୁପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶକ୍ତି ଦାସ, ବିଷମକଟକ ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଘୋଷଣା କରାଯାଇଥିଲା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ସଭାପତି ଭବାନୀ ଶଙ୍କର ଜେନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଜୀବନ ବୀମା ପୁଆଲା ନାଗରାଜୂ,‌ସମାଜସେବୀ ସୁରେନ୍ଦ୍ର ସାହୁ, ଗୋବିନ୍ଦ ପ୍ରସାଦ ରଥ, ବରିଷ୍ଠ ସମାଜସେବୀ ଏଲା. କଣ୍ଡାବାବୁ, ଏଭିଏସ ଗିରିଶ ରାଓ, ବାଙ୍ଗାରି ବାବୁ ସମେତ ଓ.ୟୁ.ଡବ୍ଲ୍ୟୁ.ଜେ.ସହ ଜଡ଼ିତ ଜିଲ୍ଲାର ଏଗାର ଗୋଟି ବ୍ଲକର ସାମ୍ବାଦିକ ମାନେ ଉପସ୍ଥିତ ରହିଥିବା ବେଳେ ରାଜ୍ୟ ସ୍ତରୀୟ କାର୍ଯ୍ୟକାରୀଣି ସଦସ୍ୟ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ଅତିଥି ମାନଙ୍କୁ ଘୁମୁରା ବାଦ୍ୟ ସହ ସ୍ୱାଗତ କରି ରାଷ୍ଟ୍ରୀୟ ସଂଗୀତ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ମଞ୍ଚାସିନ ଅତିଥି, ସାମ୍ବାଦିକ ଓ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦେଶା ଶତପଥି ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଶ୍ରୀ ସିଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.