ମା ମାଣିକେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୭୬ତମ ବନମହୋତ୍ସବ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସିଭିଲ ଜଜ ତଥା ଜେ.ଏମ.ଏଫ.ସି. ମାଜିଷ୍ଟ୍ରେଟ ଡ. ତାରିଣୀ ପ୍ରସାଦ ସାହୁ ଯୋଗ ଦେଇ ଚମ୍ପାଫୁଲ ଗଛ ସହିତ ଅନ୍ୟାନ୍ୟ ଫଳଗଛ ଲଗାଇ ଅଞ୍ଚଳକୁ ଏକ ଚିର ସବୁଜ ଅଂଚଳ ଭାବରେ ଗଢି ତୋଳିବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତାଲୁକ ସେବା କମିଟିର ଶ୍ରୀ ଅଶୋକ କୁମାର ସାହୁ, ଥୁଆମୂଳ ରାମପୁର ବନାଞ୍ଚଳ ଅଧିକାରୀ ତ୍ରିନାଥ ସେଠି, ଫରେଷ୍ଟର ଶ୍ରୀ ଅରୁଣ କୁମାର ହରିଚନ୍ଦନ, ଫରେଷ୍ଟର ଶ୍ରୀ ଏକାଦଶୀ ନାଏକ, ରାମପୁର ବନାଞ୍ଚଳ, ଏମଏମପିଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା, ସାମ୍ବାଦିକ ତଥା ଯୁବସଓକିଲ ଶ୍ରୀ ମନୋରଞ୍ଜନ ନାଏକ, ଶ୍ରୀ ଦିଲ୍ଲୀପ ନାଏକ, ଡିଗ୍ରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ,ତାଲୁକ ସେବା କମିଟିର ସଦସ୍ୟ ତଥା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.