ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଠାରେ‌ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଠାରେ ଶିଶୁ ବାଟିକା ବିଭାଗ ଓ ଆଧାର ସ୍ତର ଭାଗ-୨ ର ପ୍ରଥମ ଶ୍ରେଣୀର ମାଆ ମାନଙ୍କୁ ନେଇ ୩ ଘଣ୍ଟାର “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ମୁଣ୍ଡ ଓ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ସୁକାନ୍ତି ଦାଶଙ୍କ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା। ଏଥିରେ ୪୮ ଜଣ ମାଆ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇସିଡିଏସ ଶ୍ରୀଯୁକ୍ତ ଅଶୋକ କୁମାର ମୁଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଶିଶୁ ମାନଙ୍କ ଶାରୀରିକ ବିକାଶ, ମାନସିକ ବିକାଶ, ନିଦ୍ରା, ବିଶ୍ରାମ, ଆହାର ବ୍ୟବସ୍ଥା ଓ ବିହାର ବ୍ୟବସ୍ଥା ଉପରେ କାର୍ଯ୍ୟକ୍ରମଟି ହୋଇଥିଲା। ମୁଖ୍ୟ ଅତିଥି ଉକ୍ତ ବିଷୟକୁ ପ୍ରାଞ୍ଜଳ ଭାବରେ ଏବଂ ସରଳ ଭାଷାରେ ମାଆ ମାନଙ୍କୁ ବୁଝାଇଥିଲେ।  ପ୍ରଥମ ଶ୍ରେଣୀର ଭାଷା ଓ ଗଣିତର ଆଦର୍ଶ ଶିକ୍ଷାଦାନ ବ୍ୟବସ୍ଥା ଶ୍ରୀମତୀ ସୁନିତା ନାଏକ ଓ ଶ୍ରୀ ଜୟରାମ ସାହୁ ନେଇଥିଲେ। ମାଆ ମାନଙ୍କର ମତାମତ ନିଆଯାଇଥିଲା ଏବଂ ପରିଶେଷରେ ଶ୍ରୀଯୁକ୍ତ ନରୋତ୍ତମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବାଟିକାର ଭାଇ ଭଉଣୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଏବଂ ଏଥିରେ ସହାୟତା କରିଥିଲେ ଶ୍ରୀମତୀ ସୁଧାରାଣୀ ପଣ୍ଡା। ମାଆ ମାନଙ୍କ ପ୍ରାୟୋଗିକ କାଳାଂଶ ଦାୟିତ୍ଵରେ ଥିଲେ ଶ୍ରୀଯୁକ୍ତ ଲମ୍ବୋଦର ସାହୁ ଏବଂ ସସ୍ମିତା ଖମାରୀ। ଶିଶୁ ଦାୟିତ୍ଵ ରେ ଥିଲେ ଅଂଶୁ ମିଶ୍ର। ଏହି ଅବସରରେ ଶିଶୁ ବାଟିକା ବିଭାଗର ମାଆ ମାନଙ୍କୁ ନେଇ ବୃକ୍ଷ ରୋପଣ ବା ବନମହୋତ୍ସବ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ସେବକ ଭାଇ ଶ୍ରୀଯୁକ୍ତ ପରମାନନ୍ଦ ଜାନୀ ସଂପୂର୍ଣ୍ଣ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.