୯ ଗୋଟି ଶ୍ରେଣୀକୁ ୭ ଗୋଟି କୋଠରୀ: ଖୁନ୍ଦା ଖୁନ୍ଦି ହୋଇ ବସୁଛନ୍ତି ପିଲା, ଛାତରୁ ଗଳୁଛି ପାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୬୫ ବର୍ଷର ପୁରୁଣା ବିଦ୍ୟାଳୟ ହୋଇଥିବା ବେଳେ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ କ୍ଲାସ ସାଙ୍ଗକୁ ଏବେ ସରକାର ଯୋଡିଛନ୍ତି ବାଟିକା କ୍ଲାସ। ଏମିତିରେ ୯ ଗୋଟି ଶ୍ରେଣୀର ୧୭୧ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ୭ ଗୋଟି ଶ୍ରେଣୀ ଗୃହ। ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସବୁଠୁଁ ବଡ ସ୍କୁଲ ହେଉଛି ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଖେଳ ଶିକ୍ଷୟତ୍ରୀଙ୍କ ସହ ୮ ଜଣ ଶିକ୍ଷୟତ୍ରୀ ରହିଥିବା ବେଳେ ଶିକ୍ଷକ ନାହାନ୍ତି। ପ୍ରଧାନ ଶିକ୍ଷକ ଦାଇତ୍ୱରେ ରହିଥିବା ଶିକ୍ଷୟତ୍ରୀ ରଶ୍ମୀତା ସେଠୀ କୁହନ୍ତି ଶିକ୍ଷକ କେହି ନଥିବାରୁ ପାଠ ପଢାଇବା ସାଙ୍ଗକୁ ଅଫିସ କାମ ଓ ଅନ୍ୟାନ୍ୟ ଦାଇତ୍ୱ ଯୋଗୁଁ ଅନେକ କଷ୍ଟ ହେଉଛି ପ୍ରଧାନ ଶିକ୍ଷକ ଦାଇତ୍ୱ ସମ୍ପାଦନ। ବିଦ୍ୟାଳୟରେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ଦିଆଗଲେ ଭଲ ହୁଅନ୍ତା ବୋଲି। ଶ୍ରେଣୀ ଗୃହ କମ ରହିଥିବା ଯୋଗୁଁ ପିଲାଏ ଖୁନ୍ଦା ଖୁନ୍ଦି ହୋଇ ବସୁଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟରେ ପାନୀୟ ଜଳ ନିମନ୍ତେ ନଳକୂଅ ରହିଛି। ଏବଂ ଏଥିରେ ମୋଟର ସଂଯୋଗ ହୋଇଥିଲେ ମଧ୍ୟ ଦୀର୍ଘ ଦିନ ହେଲା ଖରାପ ହୋଇ ପଡିରହିଛି ସମର ସେବୁଲ ମୋଟର। ପିଲା ନଳକୂଅ ରୁ ପାଣି ମାରି ପିଉଛନ୍ତି। ଅନ୍ୟପକ୍ଷେ ୧୯୬୦ ମସିହା ଆରମ୍ଭ ସମୟର ପୁରୁଣା ଛପର ଘରକୁ ଭାଙ୍ଗି ୨୦୧୦ ମସିହାରେ ନିର୍ମିତ ବିଦ୍ୟାଳୟର ଭବନର ପାଞ୍ଚ ଗୋଟି ଶ୍ରେଣୀ ଗୃହର ଛାତରୁ ବର୍ଷା ହେଲେ ପାଣି ଗଳୁଛି। ଛାତର ଛଡ ଗୁଡିକ ତଳପଟେ ପଦାକୁ ଫୁଟିକି ବାହାରି ଆସିଲାଣି। ବିପଦ ସଂକୁଳ ଅବସ୍ଥାରେ ନାହିଁ ନଥିବା ଅସୁବିଧାରେ ପିଲାଏ ପଢୁଛନ୍ତି ପାଠ।
ଏହି ବହୁ ପୁରୁଣା ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ କୋଠରୀର ବ୍ୟବସ୍ଥା ସାଙ୍ଗକୁ ଛାତର ମରାମତି କରାଯାଉ ବୋଲି ଅଭିଭାବକ ମହଲରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.