ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡ ଧାରପୂରରେ ରହିଥିବା ରେତ ଡ୍ୟାମ କେନାଲ ଟିକ୍ରାପଡ଼ା ନିକଟରେରେ ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତି (୫୦) ଙ୍କ ଶବ ଭାସୁଥିବା କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇ ନର୍ଲା ପୋଲିସକୁ ଫୋନ କରି ଜଣାଇଛନ୍ତି। ନର୍ଲା ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣା ପଡ଼ିଛି। ସ୍ଥାନୀୟ ଯୁବକ ସମାଜସେବୀ ସୁଦର୍ଶନ ଦୋରା, ଟୁକୁରମ ସାହୁ, ଚନ୍ଦ୍ର ମାଝୀ, ଲଳିତ ରଥ, ତୁମେଶ୍ୱର ଦୋରା ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଜଣା ପଡ଼ିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳି ପାରି ନଥିବା ବେଳେ ଗତ କାଲି ଠାରୁ ନିଖୋଜ ରହିଥିବା ତେନ୍ତୁଳି ପଦର ଗାଁ ର ସହଦେବ ଦୋରା ହୋଇଥାଇ ପାରନ୍ତି ବୋଲି ଲୋକେ ସନ୍ଦେହ କରୁଥିବା ଜଣାପଡିଛି।