ଓଡିଆ ବାର୍ତ୍ତା/ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ସକାଳ ଭୋର ପ୍ରାୟ ୫.୩୦ ଟା ରେ ପ୍ରାତଃ ଭ୍ରମଣ ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ବରିଷ୍ଠ ସାମ୍ବାଦିକ ପ୍ରମେୟ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ଉପଦେଷ୍ଟା ରାଜ କୁମାର ମାହାଣା (୭୬)ଙ୍କ ବଲାଙ୍ଗୀର ମେଡିକାଲରେ ମୃତ୍ୟୁ ଘଟିଛି । ଏହି ଖବରରେ ତରଭା ସୋନପୁର ବଲାଙ୍ଗୀର ଅଞ୍ଚଳ ସମେତ ସାରା ଓଡ଼ିଶାରେ ସାମ୍ୱାଦିକ ମହଲରେ ଶୋକ ଖେଳି ଯାଇଛି l ସେ ଜଣେ ଅତି ଭଦ୍ର, ସରଳ, ନମ୍ର ସହ ଅମାୟିକ ବ୍ୟକ୍ତିତ୍ୱ ଓ ଖୁବ୍ ଲୋକ ପ୍ରୀୟତା ହାସଲ କରିଥିଲେ । ନିଷ୍ଠା ଓ ନିର୍ଭୀକତାର ସହିତ ସାମ୍ବାଦିକତା ବୃତ୍ତିରେ ଶେଷ ଦିନ ଶେଷ ନିଃଶ୍ୱାସ ଯାଏ କାର୍ଯ୍ଯ କରି ଆସିଥିଲେ । ଶ୍ରୀ ମାହାଣା ୪ ମାସ ପୂର୍ବରୁ ଗୁରୁତର ଅସୁସ୍ଥତା କାରଣରୁ ବିକାଶ ବରଗଡ଼ ମେଡିକାଲ୍ ରେ ଦୀର୍ଘଦିନ ଚିକିତ୍ସିତ ହୋଇ ଜୀବନ ମରଣ ସହ ବହୁ ସଂଘର୍ଷ କରି ସୁସ୍ଥ ହୋଇଥିଲେ ଓ ପୁଣି ଏକ ନୂଆ ଜୀବନ ଯାପନ ଆରମ୍ଭ କରିଥିଲେ । ସଂଘ କର୍ମକର୍ତା ଓ ସୁବର୍ଣ୍ଣପୁରର ପ୍ରାକ୍ତନ ଏସପି ରାମ ପ୍ରସାଦ ସାହୁ ତାଙ୍କ ଘରକୁ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଉତ୍ସାହିତ କରିଥିଲେ । ଆଜି ଏହି ଖବରରେ ଓଡ଼ିଶା ସାମ୍ୱାଦିକ ସଂଘର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ, ସମ୍ପାଦକ ଦୁର୍ଯୋଧନ ମହାରଣା, ଉପ-ସଭାପତି ଦୀପକ କୁମାର ନାଏକ, ସୁଶାନ୍ତ ମହାପାତ୍ର , ରାକେଶ ଗୁପ୍ତା, ରମଣୀ ରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମହାଦେବ ମଲ୍ଲିକ, ସୁବାଷ ପଣ୍ଡା ଗଭୀର ଶୋକ ପ୍ରକାଶ କରିଥିବା ବେଳେ ସୁବର୍ଣ୍ଣପୁର ସମେତ ସମସ୍ତ ଜିଲ୍ଲାର କର୍ମକର୍ତା ଶୋକ ପ୍ରକାଶ କରିଛନ୍ତି। ସଂଘର ରାଜ୍ୟ ସାଂଗଠନିକ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ଉପ ସଭାପତି ଵିବେକାନନ୍ଦ ମିଶ୍ର, ମୁକେଶ ବଗର୍ତ୍ତୀ, ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ନୀଲ କମଲ ମିଶ୍ର, ସଂଘର ତରଭା ବ୍ଲକ ଶାଖାର ବରିଷ୍ଠ ସଦସ୍ୟ ମାନଭଞ୍ଜନ ମିଶ୍ର, କପିଳାସ ସେଠ, ଅନ୍ତର୍ଯ୍ୟାମୀ ସାହୁଙ୍କ ସମେତ ବରିଷ୍ଠ ସାମ୍ବାଦିକ ଅଶୋକ ସାହୁ, କଲ୍ୟାଣ ପାଢ଼ୀ, ସମାଜସେବୀ ଜୟ ପ୍ରକାଶ ସାହୁ, ପୁଇନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ୍ ପଧାନ, କେବିକେ ପ୍ରମେୟ ପରିବାର ର ମୁଖ୍ୟ ଅଖିଳ ଚନ୍ଦ୍ର ହୋତା, ବଲାଙ୍ଗିର ପ୍ରମେୟ ସର୍କୁଲେଶନ ମ୍ୟାନେଜର ବିଷ୍ଣୁ ଚରଣ ସାହୁ, ଜିଲ୍ଲା ପ୍ରତିନିଧି ମୁକେଶ ବହିଦାର, ଅମରଜିତ୍ ବେହେରା, ସବ୍ ଏଡ଼ିଟର ସଂଗ୍ରାମ ମିଶ୍ରଙ୍କ ସମେତ ତରଭା ସୋନପୁର ଓ ବଲାଙ୍ଗିର ଅଞ୍ଚଳର ବହୁ ସାମ୍ୱାଦିକ, ରାଜନେତା, ବୁଦ୍ଧିଜୀବୀ, ସମାଜସେବୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ମଶାନ ଘାଟରେ ଯୋଗ ଦେଇ ସ୍ୱର୍ଗୀୟ ଶ୍ରୀ ମାହାଣାଙ୍କ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତାଙ୍କ ଧର୍ମପତ୍ନୀ, ପୁଅ, ପୁତ୍ର ବଧୂ, ଦୁଇ ଝିଅ, ନାତି ନାତୁଣୀ ଶେଷ ଦର୍ଶନ କରି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତରଭା ବ୍ରିଜ ଶ୍ମଶାନ ଘାଟରେ ଶ୍ରୀ ମାହାଣାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁଅ ଜିତେନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ।