ରେତ ଡ୍ୟାମ କେନାଲରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର

ଶବ ବ୍ୟବଚ୍ଛେଦ ପରେ ସମସ୍ତ ତଥ୍ୟ ପଦାକୁ ଆସିବ -ନର୍ଲା ଆଇଆଇସି ବିଜରାଜ ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡଧାରପୁରରେ ରହିଥିବା ରେତ ଡ୍ୟାମ କେନାଲର କଟ ଅଫ ଟିକ୍ରାପଡ଼ା ନିକଟରେରେ ରବିବାର ସକାଳୁ ଜଣେ ଅଜଣା ବ୍ୟକ୍ତି (୫୦) ଙ୍କ ଶବ ଭାସୁଥିବା କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇ ନର୍ଲା ପୋଲିସକୁ ଫୋନ କରି ଜଣାଇଲେ। ନର୍ଲା ଅଗ୍ନିଶମ ବିଭାଗ ଓ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇ ଥିବା ଜଣାପଡ଼ିଛି। ସ୍ଥାନୀୟ ଯୁବକ ସମାଜସେବୀ ସୁଦର୍ଶନ ଦୋରା, ଟୁକୁରମ ସାହୁ, ଚନ୍ଦ୍ର ମାଝୀ, ଲଳିତ ରଥ, ତୁମେଶ୍ୱର ଦୋରା ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳି ପାରି ନଥିବା ବେଳେ ଗତ ଦୁଇ ଦିନ ତଳେ ନିଖୋଜ ରହିଥିବା ତେନ୍ତୁଳି ପଦର ଗାଁର ସହଦେବ ଦୋରା ହୋଇଥାଇ ପାରନ୍ତି ବୋଲି ଲୋକେ ସନ୍ଦେହ କରୁଥିବା ଜଣାପଡିଛି। ସହଦେବ ଯେଉଁ ପରିଧାନ ପିନ୍ଧିଥିଲେ ଓ ହାତରେ ରହିଥିବା ଚିହ୍ନ ମୃତ ବ୍ୟକ୍ତିଙ୍କ ସହ ସାମଞ୍ଜସ୍ୟ ରହିଥିବା ଦେଖଣାହାରୀଙ୍କ ଆଲୋଚନାରୁ ଶୁଣିବାକୁ ମିଳୁଛି। ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ନର୍ଲା ଆଇଆଇସି ବିଜରାଜ ମାଝୀ ମତ ବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.