ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କାରଗିଲ ବିଜୟ ଦିବସ ଉପଲକ୍ଷେ ଏବଂ ସାଂପ୍ରତିକ ସ୍ଥିତିରେ ବାଲେଶ୍ଵର ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ପରିଲକ୍ଷିତ କରି ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଖନ୍ତାପଡ଼ା ସ୍ଥିତ କମ୍ପାନୀ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। କମ୍ପାନୀର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଜେନା ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ କହିଥିଲେ ଯେ ସମ୍ପ୍ରତି ବାଲେଶ୍ଵର ଜିଲ୍ଲାରେ ରକ୍ତର ଅଭାବ ଦେଖାଦେଇଛି। ତେଣୁ ସମାଜର ସବୁ ବର୍ଗର ଲୋକ ରକ୍ତଦାନ ଭଳି ମହତ ଦାନ ପାଇଁ ଆଗେଇ ଆସିବା ଉଚିତ୍। ଆମ ଜିଲ୍ଲାରେ ଥିବା ରକ୍ତର ଅଭାବକୁ ପୂରଣ କରିବା ପାଇଁ ସମସ୍ତେ ମିଳିମିଶି ଚେଷ୍ଟିତ ହେବା ନିମନ୍ତେ ସେ ଆହ୍ବାନ ଦେଇଥିଲେ। ବାଲେଶ୍ଵର ବ୍ଲଡ ବ୍ୟାଙ୍କର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଏହି ଶିବିରରେ ଯୋଗଦାନ କରି ହାଇଲ୍ୟାଣ୍ଡ ଆଗ୍ରୋର ଏଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଶିବିରରେ ୭୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। କମ୍ପାନୀର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ରାଉତ, ଜୟଦେବ ନାୟାର, ଯଜ୍ଞଦତ୍ତ ତ୍ରିପାଠୀ, ସୁବାସ ଚନ୍ଦ୍ର ଗିରି, ଜଗନ୍ନାଥ ନାୟକ, ସ୍ନେହଲତା ପ୍ରଧାନ, ସ୍ତୁତିକ୍ରିଷ୍ଣା ଦାସ, ରଶ୍ମିରଂଜନ ମହାନ୍ତି, ବଳରାମ ଜେନା, ବିଶାଳ ଦାସ, ଅମିୟ ଜେନା, ଅଶୋକ ମହାନ୍ତି, ପ୍ରଶାନ୍ତ ଜେନା, ସ୍ମୃତିରେଖା ନାୟକ ଏବଂ ସୀତାକାନ୍ତ ପଣ୍ଡୁଆ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ। ଭବିଷ୍ୟତରେ ନିୟମିତ ବ୍ୟବଧାନରେ ଏଭଳି ମହତ୍ କାର୍ଯ୍ୟ ଜାରି ରହିବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରତୀକ ଜେନା ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.