ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବଡ଼ମାଳରେ ଜ୍ଞାନ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବଡମାଲ ଠାରେ ବିଜ୍ଞାନ ତଥା ବିଦ୍ୟାମନ୍ଦିର ପ୍ରମୁଖ ଆଚାର୍ଯ୍ୟ ଜିତେନ୍ଦ୍ରିୟ ସାହୁଙ୍କ ତତ୍ତ୍ଵାବଧାନରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଏହି ମେଳାରେ ମୂଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମତିର ସଭାପତି ଶ୍ରୀଯୁକ୍ତ ବିଦୁରରାମ ନାଗ, ସମ୍ମାନିତ ଅତିଥି ଭାବରେ ସମ୍ପାଦକ ଶ୍ରୀଯୁକ୍ତ ଫିରୋଜ କୁମାର ବଗର୍ତ୍ତି, ଅତିଥି ଶ୍ରୀମତି ବବିତା ସାହୁ ପ୍ରମୁଖ ଯୋଗଦାନ କରି ମେଳାକୁ ଉଦ୍ଘାଟନ କରିଥିଲେ | ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ଦାଶ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟ ଚୂତାମଣି ମହାଲିଙ୍ଗ ମଞ୍ଚ ପରିଚାଳନା କରିଥିଲେ । ଏହି ମେଳାରେ ୬୪ ଟି ବିଜ୍ଞାନ ପ୍ରକଳ୍ପ, ତିନୋଟି ଗଣିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହା ସହିତ ବିଜ୍ଞାନ ପ୍ରଶ୍ନମଞ୍ଚ, ବୈଦିକ ଗଣିତ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚରେ ମୋଟ ୨୭ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ମୂର୍ତ୍ତିକଳା, ନିବନ୍ଧ, ତତ୍କାଳିକ ଭାଷଣ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗ ରେ ମୋଟ ୧୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ମେଳାରେ ସମସ୍ତ ପ୍ରତିଯୋଗିତରେ ମୋଟ ୧୧୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । କୃତୀ ଛାତ୍ର ଛାତ୍ରୀଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ସମସ୍ତ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶେଷରେ ଆଚାର୍ଯ୍ୟା ଗିରିବାଳା ଷାଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.