ଭଏସ୍ ଅଫ୍ ମିଡିଆ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଭଏସ ଅଫ ମିଡ଼ିଆ ଗଞ୍ଜାମ ଶାଖା ପକ୍ଷରୁ ସଭାପତି ରାମ ପ୍ରସାଦ ସାମଲ ଓ ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ନାହାକଙ୍କ ନେତୃତ୍ୱରେ ୭ଦଫା ଦାବୀ ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁପସ୍ଥିତିରେ ରାଜସ୍ବ ଆୟୋକ୍ତଙ୍କ ସଚିବ ବିରସେନ ପ୍ରଧାନଙ୍କୁ ଏବଂ ଗଂଜାମ ଜ଼ିଲ୍ଲାପାଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟିଙ୍କୁ ପ୍ରଦାନ କରାଯାଇଛି। ସଂଘର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ଗୌଡ଼ ଓ ପ୍ରସନ୍ନ କୁମାର ଦାଶ, ରାଜ୍ୟ ସହ ସମ୍ପାଦକ ଅଶ୍ୱନୀ କୁମାର ପଟନାୟକ, ଗଞ୍ଜାମ ସହ ସମ୍ପାଦକ ଡ଼ ନୃସିଂହ ପ୍ରସାଦ ପାଢ଼ୀ, ସଦସ୍ୟ ଅମିତ ମହାପାତ୍ର, କେ ତ୍ରିଲୋଚନ ପାତ୍ର, ମାଧବ ନନ୍ଦ ଦାଶ ଆଦି ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଗଞ୍ଜାମ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା। ପ୍ରଦତ୍ତ ଦାବୀ ଗୁଡିକ ହେଲା; କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସୁରକ୍ଷା ଆଇନ ଅତିଶୀଘ୍ର ଲାଗୁକରିବା, ବରିଷ୍ଠ ଓ ବୟସ୍କ ସାମ୍ବାଦିକ ମାନଙ୍କୁ ପେନସନ ବ୍ୟବସ୍ଥାର ପ୍ରଚଳନ, ରାଜ୍ୟରେ ସରକାର ଅଧିସ୍ୱୀକୃତି କମିଟି ଗଠନ କରି ଜିଲ୍ଲା ଠାରୁ ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ, ସାମ୍ବାଦିକଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାରେ ବାପା, ମା ଓ ୨୫ ବର୍ଷରୁ ଉର୍ଦ୍ଧ ବାପା ଉପରେ ନିର୍ଭରଶିଳ ପୁଅ ଝିଅଙ୍କୁ ବୀମାରେ ସାମିଲ କରିବା, ମିଡ଼ିଆ ଏକାଡେମୀ ଗଠନ କରିବା ଆଦି ମୁଖ୍ୟ ଦାବୀ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.