ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଗୁରୁକୂଳ ନର୍ସିଂ କଲେଜ ନର୍ଲାରେ ନିଶା ନିବାରଣ ବ୍ରତ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୁରୁକୁଳ ନର୍ସିଂ କଲେଜ ନର୍ଲା ଠାରେ ସୋମବାର ଦିନ ସମ୍ବାଦ “ଆମ ଓଡ଼ିଶା” ପକ୍ଷରୁ ରକ୍ଷା ବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଗୁରୁକୁଳ ନର୍ସିଂ କଲେଜର ଛାତ୍ରଛାତ୍ରୀ ସାହିତ୍ୟ ଘର ସଦସ୍ୟ ଓ ରକ୍ତଦାତାଙ୍କୁ ନେଇ ଆୟୋଜିତ ହୋଇଥିଲା। ଏଥିରେ ୫୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।‌ ନର୍ସିଂ କଲେଜର ଅଧ୍ୟକ୍ଷା ଶ୍ରଦ୍ଧାଞ୍ଜଳି ସାହୁଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସର ବରିଷ୍ଠ ନେତା ଚୂଳମଣି ଗୌଡିଆ, ସାମ୍ମନିତ ଅତିଥି ଭାବରେ ଯୁବ ସମାଜସେବୀ ସମୀର ଚାନ୍ଦ, ପୋଲିସ ଏଏସଆଇ ଅବନୀ ଖୁରା, ସବ୍ ଇନ୍ସପେକ୍ଟର କୃତିବାସ ପୁଝାରୀ ପ୍ରମୁଖ ଉପସ୍ଥିତ ରହି ନିଶା ନିବାରଣ ଉପରେ ଉପସ୍ଥିତ ଚ୍ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ନର୍ଲା ସମ୍ବାଦ ପ୍ରତିନିଧି ଅଭିରାମ ନନ୍ଦ ମଞ୍ଚ ପରି ଚାଳନା କରିଥିବାବେଳେ ଗୁରୁକୁଳ ନର୍ସିଂ କଲେଜର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ  ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମ୍ବାଦ ସାହିତ୍ୟ ଘରର ସଭାପତି ଅରୁଣ ପ୍ରଧାନି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.