ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରାମପଞ୍ଚାୟତ ମୋହନଗୁଡା ଗାଁର ଶିବରାମ ଦଳପତିଙ୍କ ମାଟିଘର ବର୍ଷା ପବନ ଯୋଗୁଁ ଭାଙ୍ଗିଯାଇଛି। ରବିବାର ରାତି ସାଢ଼େ ୮ ଘଣ୍ଟା ସମୟରେ ଘର କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଏଥିରେ ଶିବରାମଙ୍କ ସମେତ ତାଙ୍କ ସ୍ତ୍ରୀ ସଂକୁନ୍ତଳା, ପୁଅ ଜଗା ଓ ଝିଅ ସସ୍ମିତା ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ଘରକୁ ଲାଗି ରହିଥିବା ଛେଳି ଗୁହାଳରୁ ୨୦ ରୁ ଉର୍ଦ୍ଧ୍ବ ଛେଳିଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ। ସୋମବାର ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ନାଙ୍ଗଲବେଡା ରାଜସ୍ବ ନିରୀକ୍ଷକ ଚନ୍ଦନ କୁମାର ନାଏକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏପଟେ ଘର ଭାଙ୍ଗିଯିବା ଫଳରେ ଶିବରାମଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ବାସହରା ହୋଇ ପଡିଛନ୍ତି। ଘର ଖଣ୍ଡେ ଯୋଗାଇ ଦେବାକୁ ଶିବରାମ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.