ଖୁବଶୀଘ୍ର ସୁବର୍ଣ୍ଣପୁରରେ ଖୋଲିବ ଏଞ୍ଜେଲିନା ଏଣ୍ଟର ପ୍ରାଇଜେସର ଶାଖା

ବେରୋଜଗାରୀ ମହିଳାଙ୍କୁ ଯୋଗାଇବ ରୋଜଗାର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଏଞ୍ଜେଳିନା ଏଣ୍ଟର ପ୍ରାଇଜେସ ଭୁବନେଶ୍ୱରର ୧୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସୋନପୁର ଶାହା ଗେଷ୍ଟ ହାଉସ ଠାରେ ଏକ କଷ୍ଟମର ମିଟ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି। କମ୍ପାନୀର ଭୁବେନେଶ୍ୱର ମୁଖ୍ୟ ଶାଖାର ପରିଚାଳିକା ପାୟଲ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସପି ରେଣୁକା ସୁନା ଯୋଗ ଦେଇ ରାଜ୍ୟର ବେରୋଜଗାରୀ ମହିଳାଙ୍କୁ ରୋଜଗାର ଯୋଗାଇବା ଓ ସଶକ୍ତି କରଣ କରିବା ଏହି କମ୍ପାନୀର ପ୍ରୟାସ ଓ ଲକ୍ଷ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶାରେ ଏବେ କମ୍ପାନୀର ତିନି ଗୋଟି ଶାଖା ଭୁବନେଶ୍ୱର, ନୂଆପଡ଼ା ଓ କଳାହାଣ୍ଡି କାର୍ଯ୍ଯକ୍ଷମ ହୋଇଥିବା ବେଳେ ଖୁବ ଶୀଘ୍ର ସୁବର୍ଣ୍ଣପୁର ସମେତ ଅନେକ ଜିଲ୍ଲାରେ ଏହାର ଶାଖା ଉଦଘାଟନ କରାଯିବ ବୋଲି ମୁଖ୍ୟ ପରି ଚାଳିକା ପାୟଲ ମିଶ୍ର ପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଶାଖାର ପରିଚାଳକ ଭାବରେ ଯୁଧିଷ୍ଟିର ନାୟକଙ୍କୁ ନିଯୁକ୍ତି ଦିଆଯିବା ବିଷୟ ଏହି ଉତ୍ସବରେ ନାମ ଘୋଷଣା କରଯାଇଥିଲା। ଭୁବନେଶ୍ୱର ଶାଖା ହେଡ୍ ମିସ୍ ପାୟଲଙ୍କ ସମେତ କମ୍ପାନୀର କଳାହାଣ୍ଡି ଶାଖାର ପରିଚାଳକ ଓମ୍ ପ୍ରକାଶ ସାହୁ, ସର୍ଭିସ୍ ମ୍ୟାନେଜର ରାଜଶ୍ରୀ ରାଉତ ସଭାରେ ଅତିଥିଙ୍କ ସହ ଉପସ୍ଥିତ ରହି ଏମଏସଏମ୍ଇ ଅଧିନସ୍ଥ ପ୍ରସ୍ତୁତ ଧୂପକାଠି, ପେପର ପ୍ଲେଟ୍, ପେପର କପ୍ ମେସିନ ବିକ୍ରୟ ଓ ପ୍ରଡକ୍ସନ ଉପରେ ଉପସ୍ଥିତ ଶତାଧିକ ଗ୍ରାହକ, ବୁଦ୍ଧିଜୀବୀ ଓ ମିଡିଆଙ୍କୁ ବୁଝାଇଥିଲେ। ପରେ ଲଟେରୀ ଉଠାଣ ମାଧ୍ୟମରେ ପାଞ୍ଚ ଜଣ ଗ୍ରାହକଙ୍କୁ ଉପହାର ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଖୁବ୍ ଶୀଘ୍ର ସୁବର୍ଣ୍ଣପୁର ଠାରେ କମ୍ପାନୀର ଶାଖା ଅଫିସ୍ ଉଦଘାଟନ ହେବ ଓ ଏହାର ବିଜନେସ ପାଈଁ ସୋନପୁର ଶାଖାର ପରିଚାଳକ ଯୁଧିଷ୍ଟିର ନାୟକଙ୍କ ସହିତ ଫୋନ୍ ନମ୍ବର୍ ୮୯୮୪୮୯୬୭୭୪ ଓ ୮୬୫୪୫୮୮୨୭୫ ରେ ଯୋଗାଯୋଗ କରି ରୋଜଗାରର ବେନିଫିଟ ନେବାକୁ ଭୁବନେଶ୍ୱରର ମିସ୍ ପାୟଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କମ୍ପାନୀର ଏ ପ୍ରୟାସକୁ ସୁବର୍ଣ୍ଣପୁର ବୁଦ୍ଧିଜୀବୀ, ମହିଳା ଓ ମିଡିଆ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.