ଶ୍ରୀକ୍ଷେତ୍ର ପୁରୀରେ ନୂଆଖାଇ ଭେଟଘାଟ: ସମ୍ବର୍ଦ୍ଧିତ ହେଲେ ଡ଼ଃ ପ୍ରଫୁଲ୍ଲ କୁମାର ରଥ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରୁମ୍‌କୁଝୁମାନା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପୁରୀର ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଶାଶ୍ବତ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଦିବସ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ନୃତ୍ୟ ସଂଗୀତ ସହିତ ସମ୍ୱର୍ଦ୍ଧନା ପର୍ବର ମଧ୍ୟ ଆୟୋଜନ ହୋଇଥିଲା । ସୁଦୂର ଜାପାନରୁ ମଧ୍ୟ ଏଥିରେ ପ୍ରତିଭାଗୀ ରହିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କଳାକାର ଓ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକ୍ତନ ଉଚ୍ଚଶିକ୍ଷା ପରାମର୍ଶଦାତା ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କୁ ମଧ୍ୟ ଏଇ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଏହା ଜାଣିବା ପରେ ବରିଷ୍ଠ ନାଗରିକ ସଂଗଠନର ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ, ସଦସ୍ୟ ଚମରା ମହାକୁର, ଦ୍ବିତୀକୃଷ୍ଣ ପଣ୍ଡା ଓ ଅନ୍ୟ ମାନେ ଡ଼ଃ ରଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.