ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କିଛିଦିନ ତଳେ ବିହାର ରାଜ୍ୟର ଦରଭଙ୍ଗାରେ କଂଗ୍ରେସ ଓ ଏହାର ସହଯୋଗୀ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମା’ଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଓ ଅସଭ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପି ବିଶ୍ଵନାଥପୁର ମଣ୍ଡଳୀ ସଭାପତି ତୁଳସୀ ମାଝୀ ଓ ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ବିଶ୍ଵନାଥପୁର ସ୍ଥିତ ବିଜେପୁର ଛକରୁ ବିଜେପି କର୍ମୀମାନେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ନେଇ ବ୍ଲକ ଛକ ପର୍ଯ୍ୟନ୍ତ ଯାଇ ଦାହ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ମଣ୍ଡଳ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ସାହୁ, ବିଜେପି ବରିଷ୍ଠ ନେତା ଲଷ୍ମୀଧର ସନ୍ତୋଷ ରାୟ,ଅନନ୍ତ ପ୍ରଧାନୀ, ତ୍ରିନାଥ ପାତ୍ର, ରବି ସିଙ୍ଗ, ଉମା ରାଜୁ, ସୁଶାନ୍ତ ଚନ୍ଦନ, ଫାଲଗୁନି ସାହୁ,ପବିତ୍ର ବାଗ, କୃଷ୍ଣ ମାଝୀଙ୍କ ସମେତ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।