ଆଜି ଦଶମୀ ତିଥିରେ କଳାହାଣ୍ଡି ଗଡ଼ଜାତ ଅଞ୍ଚଳର ନୂଆଖାଇ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ/ ହିରଣ୍ୟ ବେହେରା): ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ମଙ୍ଗଳବାର ଦିନ ନୂଆ ଖାଇବେ କଳାହାଣ୍ଡି ଗଡ଼ଜାତ ଅଞ୍ଚଳବାସୀ। ଏନେଇ କଳାହାଣ୍ଡି ମହାରାଜାଙ୍କ ପକ୍ଷରୁ ଲଗ୍ନ ଧାର୍ଯ୍ୟ କରାଯାଇଛି। ପବିତ୍ର ଦଶମୀ ତିଥିର ସକାଳ ୮ଟା ୪୫ରୁ ୯ଟା ୫ ମି. ମଧ୍ୟେ ମାଁ ମାଣିକେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହେବ ଏହାପରେ ସର୍ବସାଧାରଣ ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ମଧ୍ୟରେ ନୂଆ ଖାଇବେ। ସେହିପରି ମାଣିକେଶ୍ବରୀ ଓ ମଦନପୁର ରାମପୁରର ଡୋକରି ଦେବୀଙ୍କ ଠାରେ ନୂଆ ଲାଗି ହେବାପରେ ମ.ରାମପୁରବାସୀ  ନୂଆ ଖାଇବେ। ଏହି ଦିନ ଭବାନୀପାଟଣା ସହର ଓ ଦାଦପୁର ସମେତ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼ ସହର ଓ ବିଶ୍ବନାଥପୁର, ମହୁଲ ପାଟଣା, କର୍ଲାପାଟ, ଜୟପାଟଣା, ମଦନପୁର ରାମପୁର ଏବଂ ଥୁଆମୂଲ ରାମପୁର ସହରବାସୀ ନୂଆଖାଇ ପାଳନ କରିବେ। ଏହା ବ୍ୟତିରେକ ଜିଲ୍ଲାର ୧୩ଗୋଟି ବ୍ଲକର ଗ୍ରାମାଞ୍ଚଳରେ ପଞ୍ଚମୀ ତିଥିରେ ପାଳିତ ହୋଇଛି ନୂଆଖାଇ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.