ବି.ଏସ୍.ପି.ର ନୂତନ ଓଡ଼ିଶା ପ୍ରଦେଶ ସଭାପତି ସରୋଜ ନାଏକଙ୍କୁ ଜନ୍ମ ମାଟିରେ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ କାଶୀପୁର (ପଦ୍ମନ ଭତ୍ରା): ବହୁଜନ ସମାଜ ପାର୍ଟି (ବି.ଏସ୍.ପି) ସୁପ୍ରିମୋ ମାୟାବତୀ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଗତ ୨୮ ତାରିଖ ଦିନ ୧୮ଟି ରାଜ୍ୟରେ ସଭାପତି ପରିବର୍ତ୍ତନ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ନୂତନ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟ ସଭାପତି ଭାବେ ସରୋଜ କୁମାର ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି । ବହୁଜନ ରାଜନୀତିରେ ଓଡ଼ିଶାରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦଳୀୟ ମହଳରୁ ମତ ଆସିଛି । ସଭାପତି ଭାବେ ଦାୟିତ୍ୱ ପାଇବା ପରେ ସରୋଜ କୁମାର ନାଏକ ପ୍ରଥମେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଯାଇ ବି.ଏସ.ପି. ସୁପ୍ରିମୋ ମାୟାବତୀଙ୍କୁ ଭେଟିଥିଲେ । ଏହି ସମୟରେ ମାୟାବତୀ ତାଙ୍କୁ ଦଳକୁ ଓଡ଼ିଶାରେ ଆହୁରି ଶକ୍ତିଶାଳୀ କରିବା, ଗାଁ ଗାଁ ରେ ବହୁଜନଙ୍କ ମଧ୍ୟରେ ସଚେତନତା ଆଣିବା ଓ ସମସ୍ତଙ୍କୁ ଦଳରେ ଏକତ୍ର କରିବା ପାଇଁ ପରାମର୍ଶ ଦେଇଥିବା ସୂଚନା ମିଳିଛି । ସରୋଜ କୁମାର ନାଏକ ରାୟଗଡ଼ା ଜିଲ୍ଲାରେ ଥିବା ନିଜ ଜନ୍ମ ମାଟିକୁ ପହଞ୍ଚିବା ପରେ ତାଙ୍କ ସମର୍ଥକ ମାନଙ୍କ ଦ୍ୱାରା ଟିକିରି ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଶତାଧିକ ପଥଚାରୀ କାର୍ଯ୍ୟକର୍ତ୍ତା, ଯୁବ ସମର୍ଥକ ଓ ସ୍ଥାନୀୟ ରାଜନେତା ମାନେ ଢୋଲ-ନାଗରା ସହ ପୁଷ୍ପବର୍ଷା ଓ ବିଭିନ୍ନ ସ୍ଲୋଗାନ ଦ୍ୱାରା ତାଙ୍କୁ ସ୍ବାଗତ କରିଥିଲେ । ନୂତନ ସଭାପତିଙ୍କୁ ଦେଖି ଦଳର କାର୍ଯ୍ୟକର୍ତ୍ତା ମାନେ ଆଶା ରଖିଛନ୍ତି ଯେ ବି.ଏସ୍.ପି ଓଡ଼ିଶାରେ ଆଗାମୀ ଦିନରେ ବହୁଜନ ମତ ଦାତାଙ୍କୁ ସଙ୍ଗଠିତ କରି ବିକଳ୍ପ ଭାବେ ସକ୍ଷମ ହୋଇ ଉଦ୍ଭବିତ ହେବ । ସରୋଜ କୁମାର ନାଏକ ମଧ୍ୟ ସମର୍ଥକ ମାନଙ୍କୁ ଆଶ୍ବାସନ ଦେଇଛନ୍ତି ଯେ ସେ ଦଳକୁ ଗ୍ରାମ୍ୟ ସ୍ତରରୁ ଶକ୍ତିଶାଳୀ କରିବାରେ ପ୍ରୟାସ କରିବେ ଓ ମାୟାବତୀଙ୍କ ସ୍ୱପ୍ନକୁ ସାକାର କରିବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.