ବିଶ୍ୱନାଥପୁର ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ମନୋରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ପୂଜନୋତ୍ସବକୁ ସରସ ସୁନ୍ଦର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ କମିଟିର ନୂତନ ସଭାପତି ଭାବେ ଜଗଦୀଶ ବେନିଆଙ୍କୁ ମନୋନୀତ କରାଯାଇଥିବାବେଳେ ଉପସଭାପତି ଭାବେ ହରିହର କୁମାର, ସାଧାରଣ ସଂପାଦକ ଭାବେ ଅନନ୍ତରାମ ପ୍ରଧାନୀ, ସହ ସଂପାଦକ ଭାବେ କିଶୋର ହରପାଲ, କୋଷାଧ୍ୟକ୍ଷ ଭାବେ ସୁବାସ ନାଏକ, ସହ କୋଷାଧ୍ୟକ୍ଷ ଭାବେ ଜିତେନ୍ଦ୍ର କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ପ୍ରଦିପ ଘଡେ଼ଇ, ତରୁଣ କୁମାର ଦାଶ, ଧବଳେଶ୍ଵର ଠେଲା, ଅଚ୍ୟୁତ ଘଡେ଼ଇ, ଉପେନ୍ଦ୍ର ସାହୁ, ବଳରାମ ବେହେରା, ପ୍ରମୋଦ ଗହିରଙ୍କ ସମେତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଥର ଦୁର୍ଗାପୂଜାରେ ଆକର୍ଷଣୀୟ ମେଢ଼ ଓ ମଣ୍ଡପ ସହିତେ ଶୁଦ୍ଧଚିତ୍ତେ ସାଜସଜ୍ଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ନୂତନ କର୍ମକର୍ତ୍ତାଙ୍କ ତରଫରୁ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.