ବାଳିକା ଶିକ୍ଷା ରାଜ୍ୟ ନୋଡାଲ ଅଧିକାରୀଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓସେପା ଯୁଗ୍ମ ନିର୍ଦ୍ଦେଶକ ତଥା ବାଳିକା ଶିକ୍ଷାର ରାଜ୍ୟ ନୋଡାଲ ଅଧିକାରୀ ସନ୍ତୋଷ କୁମାର ରାଉତ କଳାହାଣ୍ଡି ଜିଲ୍ଲାକୁ ଦୁଇଦିନିଆ ଗସ୍ତ କରିଛନ୍ତି। ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକର କେଜିବିଭି ବିଦ୍ୟାଳୟ ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମକୁ ତଦାରଖ କରିଛନ୍ତି। ସେହିପରି ସମଗ୍ର ଶିକ୍ଷା ସଭାଗୃହରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରି, ରାଜ୍ୟ ବାଳିକା ଶିକ୍ଷା ସଂଯୋଜିକା ଲହରୀ ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଶୁଭଲକ୍ଷ୍ମୀ ନାୟକ ଓ ହେମସାଗର ମହାନନ୍ଦ, ସମଗ୍ର ଶିକ୍ଷା ବାଳିକା ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା, ଜିଲ୍ଲା ଜନଜାତି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ଯୋଜନା ସଂଯୋଜିକା ନିହାରିକା ପଣ୍ଡା, ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, କେଜିବିଭି ପ୍ରଧାନ ଶିକ୍ଷକ, ସମସ୍ତ ଟିସି ଏବଂ ଅନ୍ୟ ସମସ୍ତ ବିଭାଗ ମୁଖ୍ୟ ମାନେ ଉପସ୍ଥିତ ଥିଲେ। ଏଥିରେ ସମୀକ୍ଷା ସହିତ ବାଳିକା ଶିକ୍ଷା ସମ୍ପର୍କିତ ଏକ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥିଲା। ସେହିପରି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ଏବମ୍ ହରିତ୍ ବିଦ୍ୟାଳୟ ରେଟିଂ ଉପରେ ଏକ ପ୍ରଶିକ୍ଷଣ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ବିବିଧ ଦିଗ ଓ ତାହାର ସଫଳ ରୂପାୟନ ଉପରେ ସବିଶେଷ ଆଲୋଚନା ହୋଇଥିଲା। ଏହାକୁ ସଫଳ କରିବା ପାଇଁ ବୈଠକରେ ବିଇଓ, ବିଇଓ, ଟିସି ତଥା ଅନ୍ୟ ବିଭାଗୀୟ ଅଧିକାରୀ ଆଲୋଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.