ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାକୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନୂଆ ଏନଏସି ଘୋଷଣା କରିଥିବାରୁ ନର୍ଲା ବିଜେପି ପକ୍ଷରୁ ଏକ ଧନ୍ୟବାଦ ସଭା ଆୟୋଜିତ ହେବାକୁ ସ୍ଥିରୀକୃତ ହୋଇଛି। ଏନେଇ ବୁଧବାର ସନ୍ଧ୍ୟାରେ ବରିଷ୍ଠ ବିଜେପି ନେତା ଅନିରୁଦ୍ଧ ପଧାନଙ୍କ ନେତୃତ୍ୱରେ ଜିତୁ ଚାନ୍ଦ କଂପ୍ଲେକ୍ସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ନର୍ଲା ମଣ୍ଡଳ ସଭାପତି ଶିବ ରଣା, ରୁପ୍ରା ମଣ୍ଡଳ ସଭାପତି ଗୁଣନିଧି ସାହୁ, ସରିଆଁ ମଣ୍ଡଳ ସଭାପତି ଚିତ୍ରସେନ ଶବର, ଯୁବ ମୋର୍ଚ୍ଚା ସମ୍ପାଦକ ଆଶୁତୋଷ ପାଢ଼ୀଙ୍କ ସମେତ ନର୍ଲା ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।