ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନୂଆଁଖାଇ ହେଉଛି ଭାଇଚାରାର ପର୍ବ। ଯିଏ ଯେଉଁଠି ବି ଥିଲେ ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ପରିବାର ସହ ନୂଆ ଖାଇବା ପାଇଁ ଚାଲି ଆସନ୍ତି। ଆଉ ଏହି ମହାନ୍ ଗଣପର୍ବ ନୂଆଁଖାଇକୁ ସାରା ପଶ୍ଚିମ ଓଡ଼ିଶାରେ ବଡ଼ ଧୁମ୍ ଧାମରେ ପାଳନ କରନ୍ତି ପଶ୍ଚିମ ଓଡ଼ିଶାବାସୀ। ଆଉ ପରେ ପରେ ଆରମ୍ଭ ହୋଇଯାଏ ନୂଆଁଖାଇ ଭେଟଘାଟ। ସାନରୁ ବଡ ସମସ୍ତେ ସାମିଲ ହୋଇ ନିଜ ମାଟିର ପରମ୍ପରା ଓ ସଂସ୍କୃତିକୁ ନେଇ ନୂଆଁଖାଇ ଭେଟଘାଟରେ ପୁଣି ଆରମ୍ଭ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଅବସରରେ ବୁଧବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ସ୍ଥିତ ବୁଢ଼ା ଉମେର(ଜାମଗୁଡ଼ା) ଗାଁରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମାଁ ଧରଣୀ ଯୁବକ ସଂଘ କମିଟିର ସଭାପତି ଯଶୋବନ୍ତ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦିପ ଘଡେ଼ଇ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ,ନାଏବ ସରପଞ୍ଚ ପବିତ୍ର ବିଭାର, ଏଡିଓ କର୍ଣ୍ଣ ମହାନନ୍ଦ, ଯୋଗାଣ ସହାୟକ କୁଳମଣି ବେହେରା, ସାମ୍ବାଦିକ ନିଲେଶ କୁମାର ନାଗ, କର୍ଲାକୁପା ଗାଁ ଗୈତିଆ ରାମପ୍ରସାଦ ବେହେରା, ଯୁବ ସମାଜସେବୀ ଲକ୍ଷ୍ମୀକାନ୍ତ ବେହେରା, ଜୟମୁନୀ ବେହେରା, ଯଦୁ ନାଏକ, ଗାଁ ଗୈତିଆ ମଦନ ମାଝୀ ପ୍ରମୁଖ ଯୋଗଦେଇ ଥିଲେ। ନୂଆଁଖାଇ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ନୃତ୍ୟ ପ୍ରତିଯୋଗିତାରେ କୃତି ପ୍ରତିଭାକୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିଲେ। ଏଥିରେ ମାଁ ଧରଣୀ ଯୁବକ ସଂଘର ସଦସ୍ୟ ବଳରାମ ନାଏକ, ଈଶ୍ଵର ମାଝୀ, ବିଶ୍ଵାମିତ୍ର ମାଝୀ, ଲିଙ୍ଗରାଜ ମାଝୀ,ସେତା ମାଝୀ, ଦୁର୍ଯ୍ୟୋଧନ ନାଏକ, ଗନ୍ଧର୍ବ ନାଗଙ୍କ ସମେତ ଗ୍ରାମର ଯୁବବର୍ଗ ବୟୋଜ୍ୟେଷ୍ଠ ମାନେ ସହଯୋଗ କରିଥିଲେ।