କଲ୍ୟାଣସିଂହପୁରରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସ୍ତରୀୟ ନବ ଭାରତ ସାକ୍ଷରତା ଦିବସକୁ ୨୦୨୫-୨୦୨୬ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ରୂପେ ପାଳନ କରାଯାଇଛି । ଗୋଷ୍ଠି ଶିକ୍ଷା ଓ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିର୍ଦେଶ କ୍ରମେ ୧୫ ବର୍ଷରୁ ଉର୍ଦ୍ଧ ଅଣ ସାକ୍ଷରଙ୍କୁ ସାକ୍ଷର କରିବାର ଅଭିଯାନ କରାଯାଇଛି । ଏ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ହାତରେ ପ୍ଲା-କାର୍ଡ ଧରି ୧୫ବର୍ଷରୁ ଅଧିକ ଅଣ ସାକ୍ଷରଙ୍କୁ ସାକ୍ଷର କରିବା ପାଇଁ ସଚେତନତା ମାଧ୍ୟମରେ ସହର ପରିକ୍ରମା କରାଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ, ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ନନ୍ଦ କିଶୋର ସାବତ, ବ୍ଲକର ସମସ୍ତ ସିଆରସିସି ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.